- ତୁରନ୍ତ କ୍ଷମା ମାଗନ୍ତୁ ବିଜେପି ସାଂସଦ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ସଭାପତି ସୁମନ କୁମାର ନନ୍ଦଙ୍କ ନେତୃତ୍ୱରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ମିଥ୍ୟା ଓ ଅପମାନଜନକ ମନ୍ତବ୍ୟକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ଏପରି ହୀନ ମାନସିକତାର ପ୍ରତିବାଦରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ବିଜେପି ସାଂସଦଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ବିଜୁ ବାବୁ କେବଳ ଜଣେ ନେତା ନୁହଁନ୍ତି, ସେ ପ୍ରତିଟି ଓଡ଼ିଆଙ୍କ ଆବେଗ । ତାଙ୍କ ପ୍ରତି କରାଯାଇଥିବା ଏଭଳି ଦାୟିତ୍ୱହୀନ ଟିପ୍ପଣୀକୁ କୌଣସି ବି ଓଡ଼ିଆ ବରଦାସ୍ତ କରିବେ ନାହିଁ, ଏହାର ଜବାବ ନିଶ୍ଚିତ ଦିଆଯିବ ବିଜେପି ସାଂସଦ ନିଶିକାନ୍ତ ଦୁବେ କ୍ଷମା ପ୍ରାର୍ଥନା କରନ୍ତୁ ନ ହେଲେ ବଲାଙ୍ଗିରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଲଢେଇ ହେବ ବୋଲି ସୁମନ ନନ୍ଦ କହିଛନ୍ତି । ଏଥିରେ ବିଜୁ ଛାତ୍ର ଜନତା ଦଳର ଆର୍ୟନ ପଟେଲ୍, ଚିରଞ୍ଜିବୀ ପ୍ରଧାନ, ଆଦର୍ଶ ପୁରୋହିତ, ଶ୍ରୀତମ ଦାସ, ଓମ୍ ପଣ୍ଡା, ରାମ, ରୋଶନ ସାହୁ, ମନୀଷ ଶା, ଦିଗସଂ ସୁନା, ନିହାର, ଦିଲକେଶ, ରାହୁଲ, ପ୍ରବୀଣ ତରିଆ, ପିନୁ ମନ୍ହୀରା ଆଦି କର୍ମକର୍ତ୍ତା ଉପସ୍ଥିତ ଥିଲେ ।