ମୁନିଗୁଡା ବ୍ଲକର ଡଙ୍ଗରିଆ ଜନଜାତିଙ୍କ ପାଇଁ ବିକାଶ ଅପହଞ୍ଚ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ନିୟମଗିରି ପର୍ବତ ମାଳାରେ ଶହ ଶହ ବର୍ଷ ଧରି ରହିଆସୁଥିବା ନୀରିହ ଆଦିମ ଡଙ୍ଗରିଆ ଜନଜାତିଙ୍କ ପାଇଁ ବିକାଶ ଅପହଞ୍ଚ ହୋଇପଡିଥିବା ଅଭିଯୋଗ ହେଉଛି । ଏଠାରେ ଜୀବନ ଜୀବିକା ଶୋଚନୀୟ ହୋଇପଡିଥିବା କୁହାଯାଉଛି । ସରକାର ଡଙ୍ଗରିଆ ଜନଜାତିଙ୍କ ଉନ୍ନୟନ ପାଇଁ ଦୁଇଟି ସ୍ୱତନ୍ତ୍ର ସଂସ୍ଥା ଥିବା ସହ ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ମଧ୍ୟ ଉନ୍ନୟନ ଦିଗରେ ହାତକୁ ନେଇଛି । ସରକାରଙ୍କର ଏତେ ବ୍ୟବସ୍ଥା ଥାଇ ମଧ୍ୟ ମୌଳିକ ସମସ୍ୟାର ସମାଧାନ ହେଉନଥିବାରୁ ଯନ୍ତ୍ରଣା ଭୋଗୁଛନ୍ତି ସମ୍ପୃକ୍ତ ଗ୍ରାମ କୁଚେଲି, ଆମ୍ଵଧୋନୀ, ଧାମଣପଙ୍ଗା, କଟା, ମୁଣ୍ଡା, ଟହଲି, କୁଲେରପେଟା, ଭଡଭଡା, ଶୁଟାଗୁଣି, ବଡଡେଙ୍ଗୁଣି, ସାନଡେଙ୍ଗୁଣିର‌ ଆଦିମ ଅଧିବାସୀ ଡଙ୍ଗରିଆ ଜନଜାତି । ଏମାନଙ୍କ ଜୀବନ ଜୀବିକାର ଉନ୍ନତି ନାଁରେ ବିଭିନ୍ନ ପ୍ରକାରର ପ୍ରକଳ୍ପ ନାମକୁ ମାତ୍ର କରି କୋଟି କୋଟି ଟଙ୍କା ଲୁଟୁଛି ପଞ୍ଚାୟତ ସମିତି, ଏନ୍‌ଜିଓ, ଆଇଟିଡିଏ ଓ ଡିକେଡିଏ ସଂସ୍ଥା ବୋଲି ଅଭିଯୋଗ ହେଉଛି । ଅନ୍ୟପଟେ ଜନଜାତିଙ୍କ ଅବସ୍ଥାରେ କୌଣସି ପରିବତ୍‌ର୍ତ୍ତନ ହେଉନଥିବା କୁହାଯାଉଛି । ସରକାର ଏହି ଆଦିମ ଡଙ୍ଗରିଆ ଜନଜାତିଙ୍କ ମୈଳିକ ସୁବିଧାକୁ ଗୁରୁତ୍ଵ ଦେଇ ମରଣଯନ୍ତା ପାଲଟି ଥିବା ରାସ୍ତାକୁ ସ୍ଥାୟୀ ପକ୍କା ରାସ୍ତାରେ ପରିଣତ କରା ନଗଲେ ଆଗାମୀ ଦିନରେ ବାଧ୍ୟ ହୋଇ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.