jayashree

ଆଜି ରଥ କାଠ ଅନ୍ୱେଷଣରେ ଯିବେ ଶ୍ରୀମନ୍ଦିର ସ୍ୱତନ୍ତ୍ର ପ୍ରତିନିଧି

ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ୨୦୨୩ ଅବସରରେ ରଥ ନିର୍ମାଣ ପାଇଁ ରଥ କାଠ ଅନ୍ୱେଷଣରେ ଯିବେ ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ପ୍ରତିନିଧି । ଗୁରୁବାର ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧି ମଣ୍ଡଳୀ ବିଭିନ୍ନ ସ୍ଥାନ ଭ୍ରମଣରେ ଯିବେ । ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇ ଏହି ଦଳରେ ଯାତ୍ରା କରୁଛନ୍ତି ।

୫ ଦିନିଆ ଗସ୍ତରେ ପ୍ରତିନିଧି ଦଳ ନୟାଗଡ଼, ଦଶପଲ୍ଲା, ଘୁମୁସର (ଉତ୍ତର, ଦକ୍ଷିଣ) ଓ ବୌଦ୍ଧ ଯାତ୍ରା କରିବେ । ରଥ ନିର୍ମାଣ ପାଇଁ ଉପଯୁକ୍ତ କାଠ ସଂଗ୍ରହ କରାଯିବ । ଏହି ପ୍ରତିନିଧି ମଣ୍ଡଳୀ ବିଭିନ୍ନ ସ୍ଥାନ ବୁଲି କାଠ ପରଖିବା ପରେ ଉକ୍ତ କାଠ କଟା ହୋଇ ରଥ ନିର୍ମାଣ ପାଇଁ ଆସିବ । ରଥତ୍ରୟ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ । ପୂର୍ବ ବର୍ଷରୁ ୧୧୮ ଖଣ୍ଡ କାଠ ଗଚ୍ଛିତ ଥିବା ସ୍ଥଳେ ଚଳିତ ବର୍ଷ ୭୪୭ ଖଣ୍ଡ କାଠର ଦରକାର ଅଛି । ସେଥିରୁ ୧୦୪ ଖଣ୍ଡ କାଠ ଆସି ପହଞ୍ଚି ସାରିଛି ।

Leave A Reply

Your email address will not be published.