ls

କରକଚିଆ ନର୍ସରୀରେ ବନ ମହୋତ୍ସବ ଅନୁଷ୍ଠିତ

sb

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନାଞ୍ଚଳ ଅନ୍ତର୍ଗତ ଲୋଇସିଂହା ସେକ୍ସନର କରକଚିଆ ନର୍ସରୀ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଲୋଇସିଂହା ବନାଞ୍ଚଳ ଅଧିକାରୀ ପାଉଲ୍ ହରପାଲ ଏବଂ ଫରେଷ୍ଟର ବାବୁଲା ଦାସଙ୍କ ଉପସ୍ଥିତିରେ ବିଡ଼ିଓ ଅକ୍ଷୟ ପାଣି ଉଡୁ, ବ୍ଲକ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କରକଚିଆ ସମେତ ଆଖପାଖ ଗ୍ରାମର ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଯୋଗଦେଇ ବିଭିନ୍ନ ପ୍ରଜାତିର ଚାରାରୋପଣ କରିଥିବା ବେଳେ ସ୍ଥାନୀୟ ବନ କର୍ମଚାରୀ ତଥା ଗ୍ରାମବାସୀ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.