oum

ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଆଦ୍ୟ ଆଷାଢ଼ କବିତା ଆସର ଅନୁଷ୍ଠିତ

jsm

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍‌ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ପାଞ୍ଚଟା ସମୟରେ ଆଭାସୀ ମାଧ୍ୟମରେ ଆଦ୍ୟ ଆଷାଢ଼ କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା ତଥା ତେଜସ୍ୱିନୀର ସଂପାଦିକା ଶ୍ରୀମତୀ ଲିଲି ପଟେଲ୍ ଯୋଗଦେଇ ଆଦ୍ୟ ଆଷାଢରେ ଧରାର ସୌନ୍ଦର୍ଯ୍ୟ ବଖାଣି ଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ହାସ୍ୟ ବ୍ୟଙ୍ଗକବି ତଥା ସୁସଂଗଠକ ଭରତ ନାଏକ ଯୋଗଦେଇ ଆଦ୍ୟ ଆଷାଢ ଶୀର୍ଷକ କବିତା ଓ ବ୍ୟଙ୍ଗ କବିତା ଶୁଣାଇ ଉପସ୍ଥିତ ଶ୍ରୋତାମାନଙ୍କ ମନକୁ ମୋହି ନେଇଥିଲେ । ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ର, ଯୁଗ୍ମ ସଂପାଦକ କୃଷ୍ଣେନ୍ଦୁ ହୋତା ଓ ଗୋପିକୃଷ୍ଣ ପାଣ୍ଡିଆ ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ । ସଭାରେ ଯୋଗଦେଇଥିବା ମୁଖ୍ୟ ଅତିଥି ଶ୍ରୀମତୀ ପଟେଲ୍, ମୁଖ୍ୟବକ୍ତା ଶ୍ରୀ ନାଏକ ଭାଷା ସାହିତ୍ୟର ପ୍ରଗତିରେ ନିଷାନ୍‌ର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ସଭା ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ବିଶ୍ୱଜିତ କୁମାର ସାହୁ ଆବାହନି ସଂଗୀତ ପରିବେଷଣ କରିଥିବା ବେଳେ ସଭା ଶେଷରେ ଯୁବକବି ଦିଲେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ଭାଗରେ ଯୁବକବି ଲିପୁନ୍ ସାହୁଙ୍କ ସୁନ୍ଦର ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ କବିଶ୍ରୀ ସୋମନାଥ ମିଶ୍ର, ଶ୍ୟାମସୁନ୍ଦର ପ୍ରଧାନ, ଗୋପିକୃଷ୍ଣ ପଣ୍ଡିଆ, କୃଷ୍ଣେନ୍ଦୁ ହୋତା, ସତ୍ୟନାରାୟଣ ମିଶ୍ର, ବନବାସ ମେହେର, ବୈରାଗୀ ସାହୁ, ନରସିଂହ ମହାରଣା, ବନମାଳୀ ମେହେର, ଲୋକନାଥ ଦଳବେହେରା, ସୁଦାମ ପୁଟେଲ, ପ୍ରସନ୍ନ ପ୍ରୟାସ ଭୋଇ, ଦିଲେଶ ମେହେର, ସରୋଜ ସୁନା, ଚମ୍ପିୟାନ ଦାନୀ, ଅରୁଣ ମେହେର, ଆଶୁତୋଷ ଠାକୁର, କବୟିତ୍ରୀ ସାବିତ୍ରୀ ସାହୁ, ଆହ୍ଲାଦିନୀ ପାଣିଗ୍ରାହୀ, ସାଇଶିଖା ସତପଥୀ, ଚନ୍ଦନା ତ୍ରିପାଠୀ, ତୃପ୍ତିମୟୀ ତ୍ରିପାଠୀ, କବିତା ମିଶ୍ର, ଜ୍ୟୋତି ରାଣୀ ମିଶ୍ର, ସଂଯୁକ୍ତା ପରିଚ୍ଛା, ବବିତା ଜାତି, ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ଟିଲି ମଲ୍ଲିକ, ସସ୍ମିତା ମେହେର୍ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଆସରରେ ପଶ୍ଚିମାଞ୍ଚଳର ଶତାଧିକ କବି, କବୟିତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.