om academy

ପାଟଣାଗଡ଼ରେ ବ୍ଲକ ସ୍ତରୀୟ ମହାତ୍ମାଗାନ୍ଧୀ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ

jsm

ପାଟଣାଗଡ଼, (ଅଶୋକ କୁମାର ବାଗ) : ସରକାରଙ୍କ ଦ୍ୱାରା ବ୍ଲକ ସ୍ତରରେ କାର୍ଯ୍ୟ କରାଯାଉଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ପାଟଣାଗଡ଼ ବ୍ଲକ ପାଟଣେଶ୍ୱରୀ ଉତ୍ସବ ଭବନରେ ୨୦୨୩-୨୪ ଆର୍ଥିକ ବର୍ଷର ସମୀକ୍ଷା ଏବଂ ଜନଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି କ୍ରମେ ସମସ୍ତ ପଞ୍ଚାୟତ ନିର୍ବାଚିତ ଜନ ପ୍ରତିନିଧି, ପଞ୍ଚାୟତ ନିର୍ବାହୀ ଅଧିକାରୀ, ପଞ୍ଚାୟତ ରୋଜଗାର ସେବକ, ଉନ୍ନୟନ ବିଭାଗ ଯନ୍ତ୍ରୀ ସମୂହଙ୍କ ମିଳିତ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ପାଟଣାଗଡ଼ ସହକାରୀ ଜିଲ୍ଲାପାଳ ନିରୁପମା ଟେଟେ ଅଧକ୍ଷତା କରିଥିଲେ । ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ମିଞ୍ଜ ଏବଂ ବିଭାଗୀୟ ସମସ୍ତ ଅଧିକାରୀ ଯୋଗ ଦେଇ ହିତାଧିକାରୀ ମାନଙ୍କ ଅଭିଯୋଗ ଶୁଣିଥିଲେ ।

Leave A Reply

Your email address will not be published.