om academy

ଡିକେଏମ୍‌ସି ଦ୍ୱାରା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

jsm

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ଆଙ୍କର ରାଇରଙ୍ଗପୁର ସହରସ୍ତ ଅଗ୍ରଣୀ କ୍ରୀଡା ଓ ସାଂସ୍କୃତିକ କ୍ଲବ ଡିକେଏମ୍‌ସି ଆନୁକୂଲ୍ୟରେ ନବନିର୍ବାଚିତ ସାଂସଦ ନବଚରଣ ମାଝୀ ତଥା ରାଇରଙ୍ଗପୁର ବିଧାୟକ ଜଲେନ ନାଏକଙ୍କୁ ନେଇ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ନବଚରଣ ମାଝୀ ଓ ଜଲେନ ନାଏକ କ୍ଲବର ଉତ୍ତୋରତର ଉନ୍ନତି କାମନା ସହିତ ରାଇରଙ୍ଗପୁର ସହରର ପାରିପାର୍ଶ୍ଵିକ ଉନ୍ନତି ଚରମ ଶିଖରରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବେ ବୋଲି ସ୍ଥାନୀୟ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଥିଲେ । ଏହି ସଭାରେ କମିଟିର ବାବୁଲା, ଉକୁଲ, ସୁନା, ଶ୍ୟାମ ପଟ୍ଟନାୟକ, ଶିଶିର, ଟୁନା, ନନ୍ଦୁ ତଥା ଅନ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ମଧ୍ୟ ବୃଦ୍ଧିଜିବୀ ଏବଂ ସାଧାରଣ ଲୋକେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମକୁ ସଂପାଦକ ଶ୍ୟାମସୁନ୍ଦର ଜ୍ୟୋତିଷ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ପ୍ରଦୀପ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.