oom

ପଞ୍ଚାୟତ ସମିତି ସପ୍ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

jsmm

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ହରଭଙ୍ଗା ପଂଚାୟତ ସମିତି ସଭାଗୃହରେ ବୁଧବାର ଦିନ ହରଭଙ୍ଗା ପଂଚାୟତ ସମିତିର ସପ୍ତମ ସାଧାରଣ ପରିଷଦ ବୈଠକ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଶରତ କୁମାର ସେଠି ବୈଠକ ପରିଚାଳନା କରିଥିବା ବେଳେ ଏହି ସାଧାରଣ ପରିଷଦ ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଅନ୍ୟତମ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ୮ନଂ ଜୋନ ଜିଲ୍ଲା ପରିଷଦ ତାରାମଣି ପ୍ରଧାନ, କନ୍ଧମାଳ ସାଂସଦ ପ୍ରତିନିଧି ରବି ନାରାୟଣ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚାରଣ ନାଥ ଉପସ୍ଥିତ ରହିଥିଲେ । ଏହି ବୈଠକରେ ବ୍ଲକର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆଇନ ଶୃଙ୍ଖଳା, ପାନୀୟ ଜଳ, ସାମାଜିକ ମଙ୍ଗଳ ସୁରକ୍ଷା, ଉଦ୍ୟାନ କୃଷି, ବିଜୁଳି, ଜାତୀୟ ରାଜପଥ, ପ୍ରାଣୀଧନ, ଗମନାଗମନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ମୁଖ୍ୟ ସଚେତକ ସରୋଜ ପ୍ରଧାନ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ବ୍ଲକର ଉନ୍ନୟନ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ସହିତ କାର୍ଯ୍ୟ କ୍ଷେତ୍ରରେ କୌଣସି ଅସୁବିଧା ହେଲେ ତୁରନ୍ତ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ୨୨ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା, ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.