oom

ପଂଚାୟତ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଝରନିପାଲିଠାରେ ଗ୍ରାମପଞ୍ଚାୟତ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯୁବ ବିଜେଡି ସଭାପତି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ନିହାର ରଂଜନ ବେହେରା ଯୋଗ ଦେଇଥିବା ବେଳେ ସଭାରେ ବ୍ଲକ ବିଜେଡି ସଭାପତି ପଂଚୁ ପଧାନ, ରାଜ୍ୟ ସଭା ସାଂସଦ ପ୍ରତିନିଧି ଜୟନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ କର୍ମୀମାନଙ୍କୁ ଦଳକୁ ମଜବୁତ ଓ ସୁଦୃଢ କରି ଚଳିତ ନିର୍ବାଚନରେ ଲୋକସଭା ଓ ବିଧାନ ସଭା ଭୋଟରେ ଦଳୀୟ ପ୍ରାର୍ଥୀଙ୍କୁ ବହୁ ପରିମାଣ ଭୋଟରେ ବିଜୟୀ କରି ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରା ନିଜ ବକ୍ତବ୍ୟରେ ୬ଗୋଟି ଗ୍ରାମପଂଚାୟତକୁ ଜଳ ଯୋଗାଣ ତଥା ମେଗା ପ୍ରୋଜେକ୍ଟ ମାଧ୍ୟମରେ ଜଳସେଚନର ବ୍ୟବସ୍ଥା ସହ ରାସ୍ତା, ହସ୍‌ପିଟାଲ୍‌, ମନ୍ଦିର, ପୋଲ ଇତ୍ୟାଦି ଜନହିତକର କାର୍ଯ୍ୟକ୍ରମ ନିର୍ବାଚନ ପରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି । ଉକ୍ତ କର୍ମୀ ସମ୍ମିଳନୀରେ ଝରନିପାଲି, କୁଦୋପାଲି, ପଥରମୁଣ୍ଡା, ଆମ୍ବଝରନ, ପୋଡପାଲି, ଚୁଙ୍ଗିଦାଦର, ଆଡେନଡୁଙ୍ଗୁରିର ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.