ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ତରଫରୁ ସମଗ୍ର ଦେଶରେ ୨୯ ଅକ୍ଟୋବରରୁ ୩ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ସୁବର୍ଣ୍ଣପୁର ଓ ଡୁଙ୍ଗୁରିପାଲି ବ୍ଲକ ପ୍ରଶାସନ ମିଳିତ ସହଯୋଗରେ ବ୍ଲକ ଅଧୀନ ରାମପୁର ଓ ସରଗୁଲ ଗ୍ରାମପଂଚାୟତ କ୍ଷେତ୍ରରେ ଏହି ସ୍ୱତନ୍ତ୍ର ଗ୍ରାମସଭା ସ୍ଥାନୀୟ ପଞ୍ଚାୟତ ସରପଞ୍ଚ, ନିର୍ବାହୀ ଅଧିକାରୀ, ୱାର୍ଡ ସଭ୍ୟ ତଥା ଜନସାଧାରଣ, ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସଦସ୍ୟ, ସ୍ୱୟଂ ସହାୟକ ସଦସ୍ୟା, ତଥା ତୃଣମୂଳ ସ୍ତରରେ କାର୍ଯ୍ୟରତ ସରକାରୀ ପଦାଧିକାରୀ ପ୍ରମୁଖଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର ବୈଠକରେ ବିଭାଗୀୟ ଅଧିକାରୀ ଡିଏସ୍‌ପି ଭିଜିଲାନ୍ସ ରିତାଞ୍ଜଳୀ ଉପସ୍ଥିତ ଜନସାଧାରଣଙ୍କୁ ଦୁର୍ନୀତିର ପ୍ରକାର ଏବଂ ପ୍ରକୃତି, ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ତଥା ଦୁର୍ନୀତି ସମ୍ୱନ୍ଧରେ ଆବଶ୍ୟକ ସୂଚନା ପ୍ରଦାନ ନିମନ୍ତେ ରହିଥିବା ବ୍ୟବସ୍ଥା ଉପରେ ସଚେତନ କରାଇଥିଲେ । ଆଜି ରାମପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ମନୋଜ କୁମାର ପୁରୋହିତ, ରଞ୍ଜନ ବେହେରା, ବବିତା ଦୀପ ସିଆର୍‌ପିସି, ମହିଳା ସ୍ୱୟଂ ସହାୟକ ସଦସ୍ୟା, ଏମ୍‌ବିକେ, ୱାର୍ଡ ସଦସ୍ୟ, ଏବଂ ରାମପୁର ଜି.ପି.ର ଗ୍ରାମବାସୀ ରଞ୍ଜୁଶ୍ରୀ ମିଶ୍ର, ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ସେହିପରି ସରଗୁଲ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ବୈଠକ ଅତିରିକ୍ତ ବିଡିଓ ଆନନ୍ଦ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ କୁଞ୍ଚିତା ପାଣ୍ଡେ ସରପଞ୍ଚ ସରଗୁଲ ଜି.ପି, ସବିତା ବାଙ୍କ ଏମ୍‌ବିକେ, ବନିତା ସାହୁ ସିଆର୍‌ପିସି, ଉତ୍କଳ କୁମାର ରଣା ଏଡିଇଓ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ତଥା ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ନନ୍ଦକିଶୋର ବଗର୍ତ୍ତୀ ତଥା ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.