ନୂଆପଡା ଜିଲ୍ଲା ସଦ୍‌ଭାବନା ସଭା ଗୃହଠାରେ ଦିଶା ବୈଠକ ଅନୁଷ୍ଠିତ

ନୂଆପଡା, (ଅଜିତ ବେହେରା) : ଜିଲ୍ଲା ସଦ୍‌ଭାବନା ସଭା ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ । ସଭାରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରି ବିଭାଗର ଉନ୍ନୟନ କାମ ଦ୍ରୃତ ପ୍ରଗତି ନେଇ ସମୀକ୍ଷା କରିଥିଲେ । ବୈଠକରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ସହିତ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ଅପରାହ୍ନରେ ବ୍ଲକ୍‌ର ଗୋଟିଏ ପଞ୍ଚାୟତରେ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ସାଂସଦ ପ୍ରଶଂସା କରିଥିଲେ । ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ସାଂସଦ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ସଭାରେ ଜନସାଧାରଣଙ୍କ ମୁଖ୍ୟ ସମସ୍ୟା ଘରଡିହ, ବାସଗୃହ, ବିଦ୍ୟୁତ୍, ପାନୀୟ ଜଳ, ସଡ଼କ, ମନରେଗା କର୍ମ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ମିଶନ, କୃଷି, ଶିଳ୍ପ, ଖାଦ୍ୟ ଯୋଗାଣ ଇତ୍ୟାଦି ବିଷୟ ଉପରେ ସମୀକ୍ଷା କରିଥିଲେ ।

Leave A Reply

Your email address will not be published.