oom

ରୋଗୀ କଲ୍ୟାଣ ସମିତି ତରଫରୁ ପିପଲପଦର ସ୍ଥିତ ଏମ୍‌ସିଏଚ୍‌ ବିଲ୍ଡିଂରେ ବୈଠକ ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହର ମଧ୍ୟରେ ଥିବା ସବ ଡ଼ିଭିଜନାଲ ଡାକ୍ତରଖାନାକୁ ପିପଲପଦର ସ୍ଥିତ ଏମ୍‌ସିଏଚ୍‌କୁ ସ୍ଥାନାନ୍ତର ଏବଂ ହସ୍ପିଟାଲର ସମସ୍ୟା ଓ ସମାଧାନ ବିଷୟରେ ସହରର ଅନେକ ସ୍ୱେଚ୍ଚାସେବୀ ସଂଘ ଓ ବୁଦ୍ଧିଜୀବୀଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଭାଗ ନେଇଥିଲେ । ବିଧାୟକ ନବୀନ ଜୈନ ସଭାରେ ସଭାପତିତ୍ୱ କରିଥିବା ବେଳେ ଅନ୍ୟ ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖତ୍ରି, ଏସ୍‌ଡିଏମ୍‌ଓ ପି.କେ. ନାୟକ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ଡ. ଓଁକାର ହୋତା । ପୁରୁଣା ଡ଼ାକ୍ତରଖାନାକୁ ସ୍ଥାନାନ୍ତର ପ୍ରସଙ୍ଗରେ ନାଗରିକ ମଞ୍ଚର ସଭାପତି ରାଧାକାନ୍ତ ପାଢ଼ୀ, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ରାଜୁ ମିଶ୍ର ପ୍ରମୁଖ କହିଥିଲେ ଯେ, ପୁରୁଣା ଡାକ୍ତରଖାନାକୁ ଅର୍ବାନ ପିଏଚ୍‌ସି ପାହ୍ୟା ଦେଇ ୟୁପିଡିର ସୁଚାରୁ ବ୍ୟବସ୍ଥା ନହେବା ଯାଏ ଓ ନୂଆ ଏମ୍‌ସିଏଚ୍‌ରେ ପର୍ଯ୍ୟାପ୍ତ ଡାକ୍ତରଙ୍କ ନିଯୁକ୍ତି ନହେବା ପର୍ଯ୍ୟନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ନକରାନଯାଉ ବୋଲି ଦାବି କରିଥିଲେ । ତାଙ୍କର ଏହି କଥାକୁ ସେଠାରେ ଉପସ୍ଥିତ ଥିବା ସବୁ ସଂଗଠନର ପ୍ରତିନିଧି ଓ ବୁଦ୍ଧିଜୀବୀ ମାନେ କରତାଳି ଧ୍ଵନି ଦେଇ ଏକମତ ହୋଇ ସମର୍ଥନ କରିଥିଲେ ।

jittmm
Leave A Reply

Your email address will not be published.