ସି. ଏସ୍‌. ଏନ୍‌. ଆର୍‌ ଆନୁକୂଲ୍ୟରେ କୋଟପାଡ଼ ଠାରେ ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବୋରିଗୁମ୍ମା, (ଏସ୍‌. ସୁନ୍ଦରମ) : ଆଜି ସି. ଏସ୍‌. ଏନ୍‌. ଆର୍‌ ଆନୁକୂଲ୍ୟରେ କୋଟପାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି କୋରାପୁଟ ଜିଲ୍ଲା କର୍ଡିନେଟର ତଥା ଆଇନଜୀବୀ ଅଜୟ କୁମାର ଖସଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ ସମେତ ବ୍ଲକର ବିଭିନ୍ନ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ପିଆଇଆଇ ମେମ୍ବର ମାନଙ୍କ ମଧ୍ୟରେ ଆଇନ ସଚେତନତା କରାଇବା ସହ ଯେଉଁମାନେ ନ୍ୟାୟ ପାଇବା ପାଇଁ ବଞ୍ଚିତ ହେଉଛନ୍ତି ତାକୁ ନ୍ୟାୟ ପ୍ରଦାନ କରିବା । ଶିଶୁ, ମହିଳା, ଭିନ୍ନକ୍ଷମ ମାନଙ୍କୁ ନ୍ୟାୟ ପ୍ରଦାନ କରିବା, ବହୁ ବର୍ଷ ହେଲା ସି. ଏସ୍‌. ଏନ୍‌. ଆର୍‌ ଅନୁଷ୍ଠାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରି ଆସୁଛି ଓ ଲୋକଙ୍କୁ ନ୍ୟାୟ ମଧ୍ୟ ପ୍ରଦାନ କରୁଛି ।

Leave A Reply

Your email address will not be published.