ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାର ରିଜଲ୍ଟ ସେୟାରିଂ ମିଟିଂ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଶିକ୍ଷା ବର୍ଷର ସମାପ୍ତୀ ସୂଚକ ଆକଳନ-୨ର ରିଜଲ୍ଟ ସେୟାରିଂ ମିଟିଂ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାଠାରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ପ୍ରିୟବ୍ରତ ଛତ୍ରିଆ ମୁଖ୍ୟ ଅତିଥି ରୂପେ ଏବଂ ଉପାଧ୍ୟକ୍ଷା ଜନନୀ ଧରୁଆ, ସଦସ୍ୟା ସମ୍ମାନିତ ଅତିଥି ରୂପେ ଯୋଗଦେଇ ପ୍ରଗତି ପତ୍ର ଓ ଫଳାଫଳ ଉନ୍ମୋଚନ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ, ଅଭିଭାବିକା ଏଥିରେ ଅଂଶଗ୍ରହଣ କରିଥିଲେ । ତତ୍ପରେ ପ୍ରଧାନ ଶିକ୍ଷକ ଶ୍ରୀ ଦାଶ ଫଳାଫଳ ସମ୍ପର୍କରେ ଅଭିଭାବକ, ଅଭିଭାବିକାମାନଙ୍କ ସହ ଆଲୋଚନା କରିଥିଲେ । ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଗତି ପତ୍ର ବଣ୍ଟନ କରାଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାଶ, ରଞ୍ଜିତା ନାଗ ଓ ବିନ୍ଦୁ ମହାଣା ସହଯୋଗ କରିଥିଲେ ।

Leave A Reply

Your email address will not be published.