ସିଆଇଟିୟୁ ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସ ପାଳନ ପାଇଁ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ୭୮ତମ ସ୍ଵାଧୀନତା ଦିବସ ଓ ଅହୋରାତ୍ରଶ ଜାଗରଣ କାର୍ଯ୍ୟକ୍ରମ ଆସନ୍ତା ୧୪ ଓ ୧୫ ଅଗଷ୍ଟ ୨ ଦିନ ଧରି ଭଞ୍ଜ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହେଇଥିଲା ବେଳେ ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ବାଜି ରାଉତ ଶିକ୍ଷା ନିକେତନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଧ୍ୟାପକ ନଗେନ ଦାସ୍, ସାମ୍ବାଦିକ ଅରବିନ୍ଦ ଦାସ ଓ ଅଧ୍ୟାପିକା ବର୍ଷା ପାଣ୍ଡେ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଉପସଭାପତି ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ବସନ୍ତ ନାୟକ, ରାଜ କିଶୋର ପ୍ରଧାନ, ଯଯାତି କେଶରୀ ସାହୁ, ହୃଦୟାନନ୍ଦ ଯାଦବ, ଏନ୍. ଏନ୍ ପାଣିଗ୍ରାହୀ, ରତ୍ନାକର ନାୟକ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ସମ୍ବିତ ସ୍ୱାଇଁ, ଯଜ୍ଞେଶ୍ଵର ସାହୁ, ବିଶ୍ଵନାଥ ଲେଙ୍କା, ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ, ରାଜୀବ ବସନ୍ତ ରାୟ, ଦିବାକର ରାଓ, ବିଶେଶ୍ଵର ଦାସ, ଦିବାକର ମହାରଣା, ମୁକ୍ତା ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଗାମୀ ୧୪ ତାରିଖ ସକାଳ ୬ଟା ସମୟରେ ମାରାଥନ୍ ସକାଳ ୬ଟା ସମୟରେ ସେକ୍ଟର ୨ ବିଜୁ ପଟ୍ଟନାୟକ ଛକ ଠାରୁ ଆରମ୍ଭ ହୋଇ ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଠାରେ ପହଞ୍ଚିବ । ସକାଳ ୧୦ଟାରେ ଭଞ୍ଜ ଭବନ ଠାରେ ସ୍ଵାଧୀନତା ସଂଗ୍ରାମ ଉପରେ ଫଟୋ ପ୍ରଦର୍ଶନୀ, ଅପରାହ୍ନ ୨ଟା ସମୟରେ ଭୟସ ଅଫ୍ ରାଉରକେଲା ପ୍ରତିଯୋଗିତା, ୫ଟା ସମୟରେ ପ୍ରଗତିଶୀଳ କବିତା ପାଠୋତ୍ସବ, ସଂଧ୍ୟା ୭ଟାରେ ଆଲୋଚନା ସଭା ଭାରତର ସ୍ଵାଧୀନତା ସଂଗ୍ରାମ ଓ ଆଜିର ଆହ୍ୱାନ ଉପରେ ସିପିଆଇଏମ୍ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ, ସିଆଇଟିୟୁ ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ସ୍ତମ୍ଭକାର ଭୂପେନ ମହାପାତ୍ର, ପ୍ରଫେସର ପ୍ରଭାତ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବେ ଓ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ ବୋଲିି କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.