oom

ଟିଟିଲାଗଡ଼ ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧବାର ଦିନ ୧୦ଟା ସମୟରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକର ଟିଟିଲାଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦ୍ଵାରା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତଯୋଗିତାରେ ଟିଟିଲାଗଡ଼ ଅଧିନସ୍ଥ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଭିରାମ ମାଝୀ ଆବାହକ ତଥା ଆୟୋଜକ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡ ଧର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ତାଙ୍କ ସଙ୍ଗେ ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଙ୍ଗୀତା ମହାନ୍ତି ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ ଓ ଟିଟଲାଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ୧୪ ଜଣ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ରହି ସମସ୍ତ ଦାୟିତ୍ୱକୁ ସୁନ୍ଦର ଭାବେ ସମ୍ପାଦନ କରିଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋପାଳ ସିଂ ସୁନା ମଞ୍ଚ ପରିଚାଳନା କରିଥିଲେ । ସର୍ବ ପ୍ରଥମେ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ପାଇଁ ମୁଖ୍ୟ ଅତିଥି ଏବଂ ସମ୍ମାନିୟ ଅତିଥି ମା’ ସରସ୍ଵତୀଙ୍କ ଫଟୋରେ ପୁଷ୍ପ, ଧୂପ, ଦୀପ ଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହ ଏବଂ ଆଗ୍ରହ ସହିତ ପ୍ରତିଯୋଗିତାରେ ଭାଗ ନେବାକୁ ସ୍ଵାଗତ ଜଣାଇଥିଲେ । ପ୍ରତିଯୋଗିତାରେ ନିୟୋଜିତ ବିଚାରକ ମଣ୍ଡଳୀଙ୍କ ଅଗୋଚରରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା । ସେମାନଙ୍କୁ ଯଥା କ୍ରମେ ଟଙ୍କା – ୧୨୦୦,୧୦୦୦ ଏବଂ ୮୦୦ ସହିତ ରଚନା ବହି, ଖାତା ଓ ପ୍ରମାଣ ପତ୍ର ଉପହାର ଦିଆଯାଇଥିଲା ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ କରିବା ପାଇଁ ଗୋଟିଏ ଲେଖାଏଁ ରଚନା ବହି, ଖାତା ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ପରିଶେଷେରେ ମୁଖ୍ୟ ଅତିଥି, ଆବାହକ, ବିଚାରକ ମଣ୍ଡଳୀ ଓ ସମସ୍ତ ସିଆରସିସିଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।

jittmm
Leave A Reply

Your email address will not be published.