oom

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୋହନା : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିଶୋର ଚନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷ ରଞ୍ଜିବ ଶବର, ଚନ୍ଦ୍ରଗିରି ଜିଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋୟୀ, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଖଗେଶ୍ୱର ଭୂୟାଁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଶତପଥୀ, ସରପଞ୍ଚ ସୁନିତା ମଳିକ, ବ୍ଳକ କର୍ମଚାରୀ, ଅଙ୍ଗନାବାଡି କର୍ମୀ, ଆଶା ଦିଦିମାନଙ୍କ ଉପସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାଗତ ସମ୍ବନ୍ଧରେ ଅଗ୍ନିଶମ କର୍ମଚାରୀମାନଙ୍କ ଦ୍ୱାରା ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତ ମହାପାତ୍ର ଓ କର୍ମଚାରୀମାନେ ଅଗ୍ନି ନିରାପତ୍ତା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜେ କିପରି ସୁରକ୍ଷିତ ରହିବା ଓ ଅନ୍ୟକୁ ସୁରକ୍ଷିତ ରଖି ପାରିବା, ଜାତୀୟ ସଂପତ୍ତିର ସୁରକ୍ଷା, ଉଦ୍ଧାର, ରିଲିଫ କାର୍ଯ୍ୟ ଆଦି ସମ୍ପର୍କରେ ମକ୍‌ଡ୍ରିଲ କରି ଦେଖାଇଥିଲେ ।

jittmm
Leave A Reply

Your email address will not be published.