ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଫୁଟବଲ ଇତିହାସର ପୂର୍ବ ଗୌରବ ଫେରାଇ ଆଣିବା ଉଦ୍ଦେଶ୍ୟରେ ଫୁଟବଲର କିମ୍ବଦନ୍ତୀ ପୁରୁଷ ଜଗନ୍ନାଥ ମିସ୍ତ୍ରୀଙ୍କ ସ୍ମୃତିରେ ୨ୟ ବାର୍ଷିକ ଜଗନ୍ନାଥ ମିସ୍ତ୍ରୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ ସ୍ଥାନୀୟ ମଧୁବନ ପଡିଆରେ ବିଶିଷ୍ଟ ଫୁଟବଲ ଖେଳାଳି ଅସିତ ବରଣ ପତିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ମାର୍ଚ୍ଚ ୮ ରୁ ୧୩ ତାରିଖ ମଧ୍ୟରେ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଉକ୍ତ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ଏକ କମିଟି ଗଠନ କରାଯାଇଛି । ସର୍ବ ସମ୍ମତି କ୍ରମେ ପ୍ରୀତିଶ ଚନ୍ଦ୍ର ବସା – ମୁଖ୍ୟ ପୃଷ୍ଠପୋଷକ, ଅସିତ ବରଣ ପତି – ଅଧ୍ୟକ୍ଷ, ଜୀବନ କୁମାର ସାହୁ – ଅଧ୍ୟକ୍ଷ, ଅଭ୍ୟର୍ଥନା କମିଟି, ନଗରପାଳ କୃଷ୍ଣାନନ୍ଦ ମହାନ୍ତି – ସଭାପତି, ପ୍ରଦୀପ କିଶୋର ମହାନ୍ତି ଓ ପ୍ରଶାନ୍ତ ବେହେରା – ଉପାଧ୍ୟକ୍ଷ, କୁମାର ରଞ୍ଜନ ପଣ୍ଡା, ବନ ବିହାରୀ ମତଗଜ ଓ ବିଜୟ କୁମାର ଦାସ ଉପସଭାପତି, ଅଶୋକ କୁମାର ମିସ୍ତ୍ରୀ – ସାଧାରଣ ସମ୍ପାଦକ, କଳିଙ୍ଗ କେଶରୀ ଜେନା – ସମ୍ପାଦକ, ଅମର କୁମାର ସେଠୀ – ସଂଗଠନ ସମ୍ପାଦକ, ଜୟନ୍ତ ନାଏକ, ରାଜୀବ ଜେନା, ହର ପ୍ରସାଦ ପାତ୍ର ଓ ଅବନୀ ମହାନ୍ତି – ସହ ସଂପାଦକ ଶ୍ରବଣ କୁମାର ମିସ୍ତ୍ରୀ – କୋଷାଧ୍ୟକ୍ଷ, ମହାଦେବ ପାତ୍ର – ସହ କୋଷାଧ୍ୟକ୍ଷ୍ୟ, ନରୋତ୍ତମ ପାଣିଗ୍ରାହୀ, କପିଲ ଖଣ୍ଡେଓଲ, ମଲୟ ଜେନା, ପ୍ରଦୀପ କୁମାର ମିସ୍ତ୍ରୀ, କଲ୍ୟାଣ କୁମାର ସିହ୍ନା, ସନ୍ତୋଷ କୁମାର ବରଜ, ସୋମନାଥ ସିଂହ – ଗଣମାଧ୍ୟମ ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଶେଷରେ ବିନୋଦ ସିଂହବାବୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।