ପ୍ରଥମ ରାଜ୍ୟ ସ୍ପ୍ରିଣ୍ଟ ସ୍କେଟିଂ ଚମ୍ପିୟାନସିପ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଥମ ରାଜ୍ୟ ସ୍ପ୍ରିଣ୍ଟ ସ୍କେଟିଂ ଚମ୍ପିୟାନସିପ ଛେଣ୍ଡ ସ୍ଥିତ ବିଶ୍ରା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସହସମ୍ପାଦକ ତଥା ରାଜ୍ୟ ମୁଖ୍ୟ ପ୍ରଶିକ୍ଷକ ନିମିଶ କୁମାର ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡାବିତ୍‌ଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ଏହାକୁ ବ୍ୟାପକତା ଭାବେ କରିବା ସହ ଉପସ୍ଥିତ ଥିବା ଅଭିଭାବକଙ୍କୁ ସାଧୁବାଦ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଏହି ଚମ୍ପିୟାନସିପରେ ୬ଟି ଜିଲ୍ଲା ଖୋର୍ଦ୍ଧା, ବଲାଙ୍ଗିର, ସମ୍ବଲପୁର, ବରଗଡ଼, କୋରାପୁଟ ଓ ସୁନ୍ଦରଗଡ ଜିଲ୍ଲାର ପ୍ରାୟ ୯୦ଜଣ କ୍ରୀଡାବିତ ଏହି ସ୍ପ୍ରିଣ୍ଟ ସ୍କେଟିଂ ଚମ୍ପିୟାନସିପରେ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ବାବୁଟା, ବାସୁ ବାନାର୍ଜୀ, ସୁଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲାବେଳେ ସୁଦୀପ୍ତ କୁମାର ନାୟକ, ନାଫିସା ବେଗମ୍, ରାକେଶ ଶର୍ମା, ସ୍ୱସ୍ତିକା ବାଗ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.