ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଡମ କର୍ଲାଖୁଣ୍ଟା ପଞ୍ଚାୟତର ଦୁଲେନ୍ ଗ୍ରାମର ରାହୁଲ୍ ନଦୀ କୂଳରେ ଛୁଟି ରାଣୀ ଯାତ୍ରା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ତିନି ଦିନ ପର୍ଯ୍ୟନ୍ତ ପାଳନ କରନ୍ତି । ସୋମବାର ଅପରାହ୍ନରେ ରାହୁଲ ନଦୀ କୂଳରୁ ପୂଜାପାଠ କରି କଳସ ଯାତ୍ରା ହୋଇଥାଏ । ରାତ୍ରିରେ ପୁରୁଷ ଦଣ୍ଡନାଚ ଅନୁଷ୍ଠିତ ହେଉଥିବା ବେଳେ ମଙ୍ଗଳବାର ସକାଳେ ପୂଜାର୍ଚ୍ଚନା ଆରମ୍ଭ କରାଯାଏ । ରାତ୍ରିରେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ବୈଠକି କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ବୁଧବାର ଦିନ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ମଗସିର ଡୁଲିଆ ମହିଳା ଦଣ୍ଡ ନୃତ୍ୟ ପରିବଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଦୁଲେନ, ପେଞ୍ଜିକୁପା, ଉଳିମୁଣ୍ଡା, ସିରଗୁନ, ସର୍ଗିପଲା ଗ୍ରାମର ସମସ୍ତ ଲୋକ ଏହି ଯାତ୍ରା ପାଇଁ ସାହାଯ୍ୟ କରିଥାନ୍ତି । ସଭାପତି ପ୍ରଫୁଲ୍ଲ ଘିଭେଲା ସମ୍ପାଦକ ମହେନ୍ଦ୍ର ମଝି, ପୂଜକ ବେଣୁ ଦାସ, କର୍ତ୍ତା ଚିନ୍ତାମଣି ପାତ୍ର ଓ କେଶରୀ ପାତ୍ର ରହିଛନ୍ତି । ଛୁଟି ରାଣୀ ପୂଜାକମିଟିର ସମସ୍ତ ଲୋକ ସାହାଯ୍ୟ ସହାୟୋଗ କରିଥିଲେ ଏଥିରେ ହଜାର ହଜାର ଭକ୍ତଙ୍କ ସାମଗମ ହୋଇଥିଲା ।