ରାୟଗଡା , (ଅକ୍ଷୟ କୁମାର ପିଡିସିକା) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ଗିରି ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ କ୍ରମେ ତିନିଦିନ ଧରି ମହା ଆଡ଼ମ୍ବର ସହକାରେ ବାର୍ଷିକ କ୍ରୀଡ଼ା ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୁରଧା କ୍ରୀଡ଼ା ଶିକ୍ଷକ ସାଇଜ୍ୟୋତି ବେହାରଙ୍କ ନିର୍ଦ୍ଦେଶନାରେ ପ୍ରଥମେ ଗ୍ରାମର ଗ୍ରାମଦେବୀ ମୁତ୍ୟାଲୁ ମା’ଙ୍କ ଠାରୁ ମଶାଲକୁ ଶୁଭାରମ୍ବ କରି ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ଵାଗତ କରାଗଲା । ମଞ୍ଚରେ ଥିବା ସମସ୍ତ ଅତିଥି, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀମତି ସୁନୀତା ଲେଙ୍ଗେରୀ, ପଞ୍ଚଶିକ୍ଷା ସେତୁ ସଭାପତି ଈଶ୍ୱର ଗୋପାଳ ଚେଟ୍ଟି ଏବଂ ପଂଚାୟତର ପିଇଓ ପ୍ରଶାନ୍ତ ସାହୁ ଏବଂ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରତାପ କୁମାର ବଚ୍ଛା ଏବଂ ସମାଜ ସେବୀ ମାଲେଶ କୌଶଲ୍ୟା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଯୋଗଦାନ କରି ବାର୍ଷିକ କ୍ରୀଡ଼ାର ଶୁଭାରମ୍ଭ କରିଥିଲେ । ଏତତ୍ ବ୍ୟତିତ ଜାତୀୟ ସ୍ତରର ପୁରସ୍କାର ପାପ୍ତ ସୁଶ୍ରୀ ବର୍ଷା ମାଳୀ ଏବଂ ରାଜ୍ୟ ସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରକଳ୍ପର ପୁରସ୍କାର ପ୍ରାପ୍ତ ସିଧୁ ବିଶୋଇଙ୍କୁ ସମ୍ବର୍ଦ୍ଧନା କରିଥିଲେ ।