oom

ବଲାଙ୍ଗିର ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିବତଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସଦର ବ୍ଲକ ଓ ମ୍ୟୁନିସିପାଲଟିରୁ ମୋଟ ୧୩୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉକ୍ତ ମେଳାରେ ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସଂଧ୍ୟାରାଣୀ ଧରୁଆ, ଯୁଗ୍ମ ସଚିବ ସିଟି ଆଣ୍ଟ ଜିଏସ୍‌ଟି ଯୁଗଲାଲ ଜଗଦଳା, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ଉପ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ହୋତା, ସରପଞ୍ଚ ଶ୍ରୀମତୀ ଶୁଭ ଶାନ୍ତି ମାଝୀ, ଜିଲ୍ଲା ପରିଷଦ ସଭ୍ୟା ସଙ୍ଗୀତା ସୁନା, ନାଏବ ସରପଞ୍ଚ ନିରଞ୍ଜନ ମେହେର, ପରିଚାଳନା କମିଟି ସଭାପତି ଜଗବନ୍ଧୁ ରଣା ପ୍ରମୁଖ ମଞ୍ଚାସୀନ ଥିଲେ । ବିଜ୍ଞାନ ଆବାହକ ନବୀନ କିଶୋର ନନ୍ଦ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିବତଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ଖର୍ସେଲ ବିବରଣୀ ପଠନ କରିଥିଲେ । ଶିବତଲା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ହୋଲିଶ୍ଵର ଧରୁଆ ଓ ରବିନ୍ଦ୍ର ଠେଟୁଆଲ ମଞ୍ଚ ପରିଚାଳନା କରିଥିଲେ । ପ୍ରଥମ ୭ଟି ବିଜ୍ଞାନ ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ବେଳେ ତନ୍ମଧ୍ୟରୁ ୩ଟି ଶିବତଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରୁ ମନୋନୀତ ହୋଇଥିବାରୁ ବିଦ୍ୟାଳୟର ଶିକ୍ଷକ ବିଭୁଦତ୍ତ ବଗାର, ମନୋରଞ୍ଜନ ସା, ଶୁଶାନ୍ତ କୁମାର ନାଏକ, ସୁନୀଲ ସେଠୀ, ଚନ୍ଦନ ବାରିକ, ଜୀବାନନ୍ଦ ସାହୁ, ବିଶ୍ଵକେଶନ ମହାକୁର, ବାବୁଲାଲ ସାହୁ, ବିଜ୍ଞାନ ଶିକ୍ଷିକା ସୁପ୍ରଭା ବାବୁ, ସୁନନ୍ଦା ବେହେରା, ସୋମନାଥ ପଟେଲ, ନୀଳମାଧବ ସାହୁ, ଅନୀଲ କୁମାର ମହାପାତ୍ର, ହିମାଂଶୁ ନାଏକ ପ୍ରମୁଖ ଖୁସି ବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.