ବଡବନ୍ଧ ଉଚ୍ଚ ବିଦ୍ୟାଳୟ ରେବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି

ଦେଓଗାଁ : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ଅନ୍ତର୍ଗତ ବଡବନ୍ଧ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ ଠାରେ ପୁରାତନ ଛାତ୍ର ମାନଙ୍କୁ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ନବୀନ ମେହେରଙ୍କ ସଭାପତିତ୍ବ ଏକ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ସମେତ ସମସ୍ତ ସହକାରୀ ଶିକ୍ଷକ ମଞ୍ଚାସୀନ ଥିଲେ । ପୁରାତନ ଛାତ୍ରମାନେ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ଥିବା ବେଳେ ପାଣ୍ଡବ ବାରିକ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ଓ ଛାତ୍ର ମାନେ ନିଜ ନିଜ ମତ ପ୍ରକାଶ କରିବା ସହ କେତେ ଜଣ ଛାତ୍ର ଓ ସ୍କୁଲର ସାହିତ୍ୟ ଶିକ୍ଷକ ସନାତନ ମେହେର ସଙ୍ଗୀତ ପରିବେଷଣ କରିଥିବା ବେଳେ ଭୋଜି ଭାତ ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲର ବହୁ ଛାତ୍ରଛାତ୍ରୀ ବହୁ ଉଚ୍ଚ ପଦ ପଦବୀରେ ରହି ଆସୁଥିବା ଜାଣିବାକୁ ପାଇଲା ପରେ ଶିକ୍ଷକମାନେ ଖୁସି ଅନୁଭବ କରିଥିଲେ ଓ ପ୍ରତ୍ୟେକ ବର୍ଷ ଏପରି ସମ୍ମିଳନୀ କରାଯିବ ବୋଲି ପ୍ରଦିପ କୁମାର ଯୋଷୀ ମତ ପ୍ରକାଶ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ନୀଳକଣ୍ଠ ମେହେର, ଗୋପାଳ ରଣା, ରାଘବ ଗଡତ୍ୟା, ରବିଚନ୍ଦ୍ର ବୁଡେକ, ସୁଦାମ ଦୀପ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ସମସ୍ତ ପୁରାତନ ଛାତ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.