oom

ନେହେରୁ ଯୁବ କେନ୍ଦ୍ର ସଂଗଠନ କଳାହାଣ୍ଡି ପକ୍ଷରୁ ସ୍ୱଚ୍ଛ ଭାରତ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟ ବନଛୋରଙ୍କ ତତ୍ୱାବଧାନରେ ଭବାନୀପାଟଣା ସହର ସ୍ଥିତ ରେଲୱେ ଷ୍ଟେସନ ପରିସରରେ ଯବାନ ଫିଜିକାଲ ଏକାଡେମୀ ଓ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ମିଳିତ ସହଯୋଗରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ରେଲୱେ ଷ୍ଟେସନ ପରିସରରେ ଥିବା ଅଳିଆ ଆବର୍ଜନା ଓ ପ୍ଲାଷ୍ଟିକ ପଲିଥିନ ସଫେଇ କାର୍ଯ୍ୟକ୍ରମ କରି ପ୍ରାୟ ଶହେ କେଜି ପ୍ଲାଷ୍ଟିକ ପଲିଥିନ ସଂଗ୍ରହ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଭବାନୀପାଟଣା ମ୍ୟୁନିସିପାଲିଟି ଅଫିସର ବଳୟ ଦେହୁରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଦେଖେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯବାନ ଫିଜିକାଲ ଏକାଡେମୀର ମୁଖ୍ୟ ଭୂପିନ୍ଦ୍ର ନାଏକ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ସମସ୍ତଙ୍କୁ ବୁଝାଇ ଥିଲେ । ଏହି ଅବସରରେ ପାଖରେ ଥିବା ସମସ୍ତ ପରିସରକୁ ସଫା କରାଯାଇଥିଲା । ଏହି ଅବସରରେ ନେହେରୁ ଯୁବ କେନ୍ଦ୍ର ସଂଗଠନର ସ୍ୱେଚ୍ଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା ଉପସ୍ଥିତ ଥିବାବେଳେ ଶୁଭମ ନାଏକ, ପିଙ୍କୁ ସାହୁ, ବିମଲ ଭୋଇ, ସୁମନ୍ତ ନାଗ, ଚୈତନ୍ୟ ମାଝୀ, ପ୍ରଶାନ୍ତ ରଣା, ରମେଶ ନିଆଳ, ତୋଫାନ ମାଝୀ, ଚୁଳମଣୀ ମାଝୀ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ । ଫିଜିକାଲ ଟ୍ରେନର ଜନସନ ମାଝୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.