ବୌଦ୍ଧ, (ମମତା ମହାକୁର) : ହରଭଙ୍ଗା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ । ପୁରୁଣା କଟକ ଠାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୁରୁଣା କଟକ କଲ୍ୟାଣ ମଣ୍ଡପ ଠାରେ ପ୍ରଥମେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପୁରୁଣା କଟକ ପଂଚାୟତର ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ପ୍ରଧାନ ତାଙ୍କର ବହୁ ସମର୍ଥକ ବିଜେଡିରେ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ଜଙ୍ଗଲ ଓ ପରିବେଶ ତଥା ଜଳ ବାୟୁ ପରିବର୍ତ୍ତନ, ପଂଚାୟତରାଜ ଓ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏବଂ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବରେ ବିଜେଡି କର୍ମୀ ଓ ବିଭିନ୍ନ ଅଂଚଳରୁ ବହୁ ଲୋକ ଯୋଗ ଦେଇଥିଲେ । ପରେ ପଦଯାତ୍ରାରେ ପୁରୁଣା କଟକ ପଂଚାୟତର ଅନେକ ଗ୍ରାମକୁ ପଦଯାତ୍ରାରେ ମନ୍ତ୍ରୀ ଓ କର୍ମୀମାନେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକାରୀ ଯୋଜନା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ସଫଳତା ଲୋକମାନଙ୍କ ପାଖରେ ପହଞ୍ଚାଇଥିଲେ । ଏହି ପଦଯାତ୍ରାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ, ବରିଷ୍ଠ ବିଜେଡି ନେତା ଅଶୋକ କୁମାର ସାହୁ, ତାରେଣୀ ମହାପାତ୍ର, ବସନ୍ତ କୁମାର ସ୍ୱାଇଁ, ସରପଞ୍ଚ ଅଶୋକ ସେଠୀ, ବାବୁ ମେହେର, ଅକ୍ରୁର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାଶ, ଧିରେନ ଦେହୁରୀ, ସୁରେନ ପଧାନ, ପ୍ରଦୀପ କୁମାର ସାହୁ, ଚିତ୍ତରଞ୍ଜନ ସିଂହ, ସଂଜୀବ ଦେହୁରୀ ପ୍ରମୁଖ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।