
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ଗୋଷ୍ଠୀସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଗୁରୁବାର ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଶୁଭ ଉଦ୍ଘାଟନ କରିଥିଲେ । ଏହି ଉପଲକ୍ଷେ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଡିଓ ଶ୍ରୀ ଷଡଙ୍ଗୀଙ୍କ ସହ ଏବିଡିଓ ପ୍ରଦୀପ୍ତ କୁମାର ନାୟକ, ମିଶନ ଶକ୍ତି ମହାସଂଘ ସଭାପତି ବିଦ୍ୟୂଲତା ସ୍ୱାଇଁ, ଜିଲ୍ଲା ସଂଯୋଜକ, ଓରମାସର ପ୍ରିୟ ଦର୍ଶନ ଜେନା, ବିପିଏମ ପ୍ରମୋଦୀନ ବେହେରା, ବିଏଲସି ଅନଙ୍ଗସେନ ତାଡ଼ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇ ପାରିବେ ବୋଲି ପରାମର୍ଶ ଦେବା ସହ ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ୧୮ରୁ ୩୫ ବର୍ଷ ଯୁବକ ଯୁବତୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଭାରତ ଓ ଓଡ଼ିଶା ସରକାରଙ୍କ ଅଭିନବ ବ୍ୟବସ୍ଥା, ରହିବା, ଖାଇବା ଓ ଟ୍ରେନିଙ୍ଗ ସମ୍ପୂର୍ଣ୍ଣ ମାଗଣା ଏବଂ ନିଶ୍ଚିତ ଚାକିରିର ସୁଯୋଗ ଦେବା ନେଇ ଭିଆଇପି କ୍ଲଥିଂଗ ଲିଃ, ନିମ ଏଜୁକେସନାଲ ଫାଉଣ୍ଡେସନ, ଇଣ୍ଡୋକଟ୍ସ କନ ସୁଲଟୀଣ୍ଟ ପ୍ରା. ଲିଃ, ଏଜୁଜବ୍ସ ଏକାଡେମୀ ପ୍ରା ଲିଃ ଏହି ଚାରିଗୋଟି ନିୟୋଜନ କମ୍ପାନୀ ସିଲେଇ ଶିକ୍ଷା, ସୁଇଁଗ ମେସିନ ଅପରେଟର, ବିପିଓ ଶିକ୍ଷା, ହସ୍ପିଟାଲିଟି, ହୋଟେଲ ମ୍ୟାନଜମେଣ୍ଟ ଆଦି ବିଷୟରେ ପ୍ରଶିକ୍ଷଣ ନେବା ପାଇଁ ପରାମର୍ଶ ଓ ଚୟନ କରିଥିଲେ । ଡେଲାଙ୍ଗ ବ୍ଲକର ୨୧ଟି ପଞ୍ଚାୟତରୁ ୮୨ ଜଣ ବେରୋଜଗାର ଯୁବକ ଯୁବତୀ ଏହି ଶିବିରରେ ନାମ ପଞ୍ଜିକରଣ କରିଥିଲେ । ଶେଷରେ ବିପିଏମ ପ୍ରମୋଦୀନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
