ମାଲପଡା ଖଦ୍ୟୋତ ଅନୁଷ୍ଠାନର ମାସିକିଆ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଖଦ୍ୟୋତର ମାସିକିଆ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଆକୁଳ ବେହେରା ବିବରଣୀ ପାଠ କରିଥିଲେ । ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ ଅପରିହାର୍ଯ୍ୟ, ସହରର ବିଭିନ୍ନ ଖାଳି ସ୍ଥାନରେ ବୃକ୍ଷରୋପଣ କରିବା ଓ ତାହାକୁ ବଂଚାଇବାର ଦାୟିତ୍ୱ ନିଜେ ନିଜେ ନେବା ପାଇଁ ସଭ୍ୟମାନେ ମତ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ଗ୍ଲୋବାଲ ୱାମିଙ୍ଗକୁ ଆଖି ଆଗରେ ରଖି ବିଦ୍ୟୁତ୍‌ ସଙ୍କଟରୁ ରକ୍ଷା କରିବା ପାଇଁ ସୌର ଚାଳିତ ବ୍ୟାଟେରିର ବ୍ୟବହାରକୁ ଲୋକଙ୍କ ପାଖରେ ବଂଚାଇବାର ସଚେତନତା କରେଇବା ପାଇଁ ମଧ୍ୟ ସଭ୍ୟମାନେ ଆଗ୍ରହ ପ୍ରକାଶ କରିଥିଲେ । ଉକ୍ତ ସଭାରେ ଉପସଭାପତି ରେଡ୍‌କ୍ରସ୍‌ ସାଧନା କର୍ମୀ ରବି ଚନ୍ଦ୍ର ପଶାୟତ, କୋଷାଧ୍ୟକ୍ଷ ମୀନକେତନ ମାଝି, ଜୟରାମ ପଣ୍ଡା, ହିମାନ୍ଦ୍ରୀ ମିଶ୍ର, ଆଶିଷ ପଣ୍ଡା, ସତ୍ୟନାରାୟଣ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସହ-ସଂପାଦକ ରାଜେଶ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.