ଦ ମିରର ସୋସିଆଲ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ବୋଲ୍‌ବମ୍‌ ଭକ୍ତଙ୍କ ପାଇଁ ସେବା ଓ ଖାଦ୍ୟ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ରାଉରକେଲାର ଦାଣ୍ଡିଆପାଲି ଛକ ଠାରେ ବୋଲ୍‌ବମ୍‌ ଭକ୍ତଙ୍କ ସମାଗମ ହେଉଥିବାରୁ ସେଠାରେ ସମସ୍ତ ଭକ୍ତଙ୍କ ପାଇଁ ସେବା ଏବଂ ଖାଦ୍ୟର ବନ୍ଦୋବସ୍ତ କରାଯାଇଥିଲା । ଦ ମିରର ଫାଉଣ୍ଡେସନ୍‌ ଅନୁଷ୍ଠାନର ଚେୟାରମ୍ୟାନ୍‌ ବିଶ୍ୱଜିତ ରାଉତଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରାଗଲା । ଅନୁଷ୍ଠାନର କିଛି ସଦସ୍ୟ ଏବଂ ଅନ୍ୟମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇଥିଲେ । ପ୍ରତିମା ସାହୁ, ନରେନ୍ଦ୍ର ସିଂ କଲା, ସୁଶିଲ ସେଠି, ମୋହନ ପଟ୍ଟନାୟକ, ରାହୁଲ ମହାନ୍ତି, ପୂର୍ଣିମା ମହାନ୍ତି, ତପସ୍ୱିନୀ ପଣ୍ଡା, ଗୌରି କୁମ୍ଭାର, କାମିନୀ ମହନ୍ତ, ହରେକୃଷ୍ଣ ନାୟକ, ଗିରିଧାରୀ ସତପଥୀ, ସୁମତି ନାୟକ, ଜସବିର ସିଂ, ଗାୟତ୍ରୀ ପୁରୀ, ବିଶ୍ୱନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.