ଘାଗୁର୍ଲି ଗ୍ରାମର ଜଗନ୍ନାଥ ମନ୍ଦିରରେ ଭାଗବତ ପାରାୟଣ ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ବେଲପଡା ନିକଟସ୍ଥ ଘାଗୁର୍ଲି ଗ୍ରାମର ଜଗନ୍ନାଥ ମନ୍ଦିରରେ ଭାଗବତ ପାରାୟଣ ବହୁ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ପାରାୟଣର ଚତୁର୍ଥ ଦିନରେ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ଏଥିରେ ବ୍ୟାସ ଭାବରେ ବିଶିଷ୍ଟ ପାରାୟଣ ଗାୟକ ଗଙ୍ଗାଧର ଉଦ୍ଦତା ପୁରାଣ ପଠନ କରୁଥିବା ବେଳେ କଣ୍ଟାବାଞ୍ଜି ମାତାମଠ ମହନ୍ତ ଆଦ୍ୟତ ପ୍ରସାଦ ଦାଶ ଯୋଗଦେଇ ଶ୍ରୋତା ଓ କର୍ତ୍ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ମୂରାରୀ ପ୍ରସାଦ ମିଶ୍ର ଓ ତାଙ୍କର ଧର୍ମପତ୍ନୀ ଦାୟିତ୍ୱ ତୁଳାଇଛନ୍ତି । ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହି ପାରାୟଣ ତୃତୀୟ ବର୍ଷ ପାଳନ ହେଉଛି । ଆଜି ଗୋପାଳିଲା ଓ ରୁକ୍ମଣ ବିବାହ ଅନୁଷ୍ଠିତ ହେବ । ବିଭିନ୍ନ ଅଞ୍ଚଳରୁ ବହୁ ଭାଗବତ ପ୍ରେମୀ ଆସି ଭାଗବତ କୃପା ଲାଭ କରୁଛନ୍ତି ।

Leave A Reply

Your email address will not be published.

error: Content is protected !!