ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ସାଗରପଡ଼ା ଏସ୍ସିଏ କ୍ଲବ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ, ପାଣ୍ଡପାଲି ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚକ୍ଷୁ ଶିବିରରେ ୨୫୦ରୁ ଅଧିକ ସଂଖ୍ୟକ ଲୋକ ଯୋଗ ଦେଇଥିଲେ । ଏନେଇ ମହାନଦୀ ନେତ୍ର ଚିକିତ୍ସାଳୟର ଅଭିଜ୍ଞ ଡ଼କ୍ଟର. ମାଧୁରୀ ଭି. ଥଲାମ, ଡ଼କ୍ଟର. ସୋରଜ କୁମାର ସିଂହ, ଚକ୍ଷୁ ବିଶେଷଜ୍ଞ ରଘୁନାଥ ମହାରଣା, ଡ଼କ୍ଟର. ମୋନାଲିସା ସାହୁ, କ୍ୟାମ୍ପ ଅର୍ଗାନାଇଜର ଧର୍ମରାଜ ନାଏକ, ସହଯୋଗୀ ପିଙ୍କି ବାଗ, ଜୟନ୍ତ କାଣ୍ଡ ଯୋଗ ଦେଇ ଚକ୍ଷୁ ପରୀକ୍ଷା କରିଥିଲେ । ସେଥି ମଧ୍ୟରୁ ୩୧ଜଣ ପୁରୁଷ ଏବଂ ମହିଳାଙ୍କୁ ଆଜି ବୀରମହାରାଜପୁର ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟକୁ ମାଗଣାରେ ଅସ୍ତ୍ରୋପଚାର ପାଇଁ ନିଆଯାଇଛି । ଏନେଇ ଆଜି ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ମ୍ୟୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଶିବିରରେ ସାଗରପଡ଼ା କ୍ଲବର ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ସଭା ପରିଚାଳନା କରିଥିଲେ ଏବଂ ସଭାପତି କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଗୌରାଙ୍ଗ ବଗର୍ତ୍ତୀ, ଉପ ସଭାପତି ଆନନ୍ଦ ମିଶ୍ର, ସହ ସମ୍ପାଦକ ସଞ୍ଜୟ ଚନ୍ଦନ, ସଦ୍ୟସ ଗୋପାଳ ଦାସ, ଟୁଁଚୁ ମଲିକ, ସତ୍ୟବାନ ପଣ୍ଡା, ଟିକୁ ଆଚାର୍ଯ୍ୟ, ଟୁକୁ ଖୁଆସ, ପିଙ୍କୁ ଖୁଆସ, ତ୍ରିବିକ୍ରମ ଦାସ, ଆଭାସ ପଣ୍ଡା, ଶିବଶଙ୍କର ଖୁଆସ, ରିଙ୍କୁ ଖୁଆସ, ମନ ପଣ୍ଡା ଏବଂ ସମସ୍ତ ସଦ୍ୟସ ଉପସ୍ଥିତ ଥିଲେ ।
