ରାଉରକେଲା, (କେପିଏନ୍ଏସ୍) : ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଟିମ୍ବର କଲୋନୀର ଓଁ ଶ୍ରୀ ଶ୍ରୀ ସୁବର୍ଣ୍ଣେଶ୍ୱର ମନ୍ଦିରଠାରେ ଶୀତଳଷଷ୍ଠୀ ବା ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମନ୍ଦିର କମିଟି ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଥିଲା । ଚଳିତ ବର୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଓ ଶ୍ରୀମତୀ ରଶ୍ମିତା ପଣ୍ଡା ମହାଦେବଙ୍କ ମାତା ପିତା ଏବଂ ବିଜନ ବିହାରୀ ବିଶ୍ୱାଳ ଓ ଶ୍ରୀମତୀ ତରୁଲତା ବିଶ୍ୱାଳ ମାତା ପାର୍ବତୀଙ୍କ ମାତା ପିତା ଭାବରେ ଦାୟିତ୍ୱ ତୁଲାଇ ଥିଲେ । ଏହି ଉତ୍ସବକୁ ରାଉରକେଲାବାସୀ ବହୁତ ପ୍ରଶଂସା କରିଥିଲେ । ମନ୍ଦିର କମିଟିର ସଦସ୍ୟମାନେ ଏହି ମଙ୍ଗଳ କାର୍ଯ୍ୟରେ ଖୁବ୍ ସହଯୋଗ କରିଥିଲେ । ପୂର୍ବରୁ ନବ ଦମ୍ପତିଙ୍କ ନିର୍ବନ୍ଧ ସରିଥିଲା । ବିବାହ ଦିନ ସକାଳେ ବର କନ୍ୟାଙ୍କ ସ୍ନାନ ଉତ୍ସବ ହୋଇଥିଲା ଏବଂ ସନ୍ଧ୍ୟାରେ ପାଲିଙ୍କି ଶୋଭାଯାତ୍ରାରେ ବରଯାତ୍ରୀ ଯାଇଥିଲେ । ମନ୍ଦିରରେ ଭକ୍ତଗଣ ପ୍ରସାଦ ସେବନ କରିଥିଲେ । କମିଟିର ଉପଦେଷ୍ଟାମାନଙ୍କ ମଧ୍ୟରେ ଗୟାଧର ମଲ୍ଲିକ, ସୁନୀଲ ମଲ୍ଲିକ, ସୁକାନ୍ତ ମଲ୍ଲିକ, ଜଳଧର ମଲ୍ଲିକ, ପ୍ରମିଳା ଦାସ, ପଞ୍ଚାନନ ସେଠି, ଗୋଲେଖ ପରିଡା, ବୃନ୍ଦାବନ ମଲ୍ଲିକ, ବିଜୟ ପ୍ରସାଦ, ସୁନୀଲ ବିଶୋଇ ଏବଂ ସମୀର ଦାସ ଉପସ୍ଥିତ ଥିଲେ ।
Prev Post