om academy

ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳ ପ୍ରକଳ୍ପ : ୬୮ କି.ମି. ରେଳ ଲାଇନ ପାଇଁ ଜଙ୍ଗଲ ଜମିକୁ ମିଳିଲା ଅନୁମତି

jsm

ଭୁବନେଶ୍ୱର : ଖୋର୍ଦ୍ଧାରୋଡ-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପରେ ଜଙ୍ଗଲ ଜମିକୁ ଫରେଷ୍ଟ କ୍ଲିଅରାନ୍ସ ବା ଜଙ୍ଗଲ ଅନୁମତି ମିଳିଥିବା ସୂଚନା ମିଳିଛି । ଏହି ପ୍ରକଳ୍ପରେ ଜଙ୍ଗଲ ଜମି ମୁଖ୍ୟ ସମସ୍ୟା ହୋଇ ରହିଥିଲା । ଏବେ ପୁରୁଣାକଟକରୁ ଦଶପଲ୍ଲା ଯାଏଁ ୬୮ କି.ମି. ଜଙ୍ଗଲ ମନ୍ତ୍ରଣାଳୟର ଅନୁମତି ମିଳିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହି ୬୮ କି.ମି. ରେଳ ଲାଇନ କାମ ପାଇଁ ଖୁବ୍‌ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ହେବ ବୋଲି ସେ ଉଲ୍ଲେଖ କରିଛନ୍ତି । ଏଥି ସହିତ ଜଙ୍ଗଲ ଅନୁମତି ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି । ଏହି ପ୍ରକଳ୍ପ ବଲାଙ୍ଗିର, ସୋନପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ ।

Leave A Reply

Your email address will not be published.