oom

ତୈଳିକ ବୈଶ୍ୟ ସମାଜର ବଲାଙ୍ଗିର ଶାନ୍ତିପଡ଼ାରେ ନିର୍ମାଣାଧୀନ ତେଲି ଭବନର ଉନ୍ନତିକରଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କଲେ ବିଜେଡି ଯୁବ ନେତା କଳିକେଶ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅନୁଦାନ ଅନୁସାରେ ବିଭିନ୍ନ ଉନ୍ନୟନ କାମର ଶିଳାନ୍ୟାସ ଓ ଉଦ୍‌ଘାଟନ ଚାଲିଥିବା କ୍ରମରେ ଆଜି ବଲାଙ୍ଗିର ସହରର ଶାନ୍ତିପଡ଼ା ସ୍ଥିତ ତୈଳିକ ବୈଶ୍ୟ ସମାଜ ଭବନଠାରେ ସମାଜର ସଭାରେ ବଲାଙ୍ଗିର ପୂର୍ବତନ ସାସଂଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଛନ୍ତି । ତୈଳିକ ବୈଶ୍ୟ ସମାଜ ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ହିସାବରକ୍ଷକ ମହେନ୍ଦ୍ର ସାହୁ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ତୈଳିକ ବୈଶ୍ୟ ସମାଜ ନିର୍ମାଣାଧୀନ ତେଲି ଭବନର ଉନ୍ନତିକରଣ ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ମୁଖ୍ୟ ଅତିଥି ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ । ସମାଜର ସଦସ୍ୟମାନେ ମୁଖ୍ୟ ଅତିଥିଙ୍କୁ ଏହି ଅନୁଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ବିକାଶ ସାହୁ ଆଜିର ସଭାର ସଂଯୋଜନା କରିଥିବା ବେଳେ ସଭାରେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମାଜର ସଂପାଦକ ପ୍ରଦୀପ କୁମାର ସାହୁ । ସଭାକୁ ସଫଳ କରିବାରେ ଆନଂଦ ସାହୁ, ଫକୀର ମୋହନ ସାହୁ, ରେବତୀକାନ୍ତ ସାହୁ, ଦେବେନ୍ଦ୍ର ସାହୁ, ସ୍ୱିଟି ସାହୁ, କଲ୍ୟାଣୀ ସାହୁ, ଗୌରୀ ସାହୁ, ପିଙ୍କି ସାହୁ, ସବିତା ସାହୁ ତଥା ଆହୁରି ଅନେକ ସଦସ୍ୟ ବିଶେଷ ସହଯୋଗ ପ୍ରଦାନ କରିଥିଲେ । ସଭାରେ ସମାଜର ସତାଧିକ ସଦସ୍ୟ ସଦସ୍ୟାଙ୍କ ସହ ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.