ଜଗତସିଂହପୁରଠାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ମହୋତ୍ସବରେ ଛତ୍ରପୁରର ସଂକୀର୍ତ୍ତନ ମଣ୍ଡଳୀଙ୍କ ଅଂଶଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଗତସିଂହପୁର ସଦରମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମଠାରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହୋତ୍ସବ ଓ ଶ୍ରୀ ଶ୍ରୀ ବଡଦା ଙ୍କର ୫୦ତମ ଆଗମନୀ ଦିବସ ମହୋତ୍ସବ ବର୍ଣ୍ଣାଢ଼୍ୟ ସାମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରର ଠାକୁର ଅନୁକୂଳଚନ୍ଦ୍ରଙ୍କ ଗୋଷ୍ଠୀ ଯୋଗଦାନ କରି ଏହି ପାରମ୍ପରିକ ମହୋତ୍ସବରେ ଏକ ନିଆରା ଭୂମିକା ଗ୍ରହଣ କରିଥିଲେ । ଛତ୍ରପୁରର ଏହି ଭକ୍ତି-ସଂଗଠନ ସତସଙ୍ଗ ବିହାର ତରଫରୁ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରି ଭୂୟସୀ ପ୍ରଶଂସିତ ହୋଇଛନ୍ତି । ସେହି ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଗୁଣକୀର୍ତ୍ତନରେ ଭକ୍ତମଣ୍ଡଳୀ ବିମୋହିତ ହୋଇଛନ୍ତି । ଠାକୁରଙ୍କ ନାମ ସଂକୀର୍ତ୍ତନ ଗାନ କରି ହଜାର ହଜାର ଭକ୍ତ ଆତ୍ମବିଭୋର ହୋଇ ଉଠିଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ, କୋଡ଼ିଏ ହଜାର ଭକ୍ତଙ୍କର ଗହଳଚହଳରେ ସହର ଦାଣ୍ଡ ଭକ୍ତିମୟ ପରିବେଶରେ ପ୍ରକମ୍ଫିତ ହୋଇପଡିଥିଲା । ଛତ୍ରପୁରର ଭକ୍ତ ଗୋଷ୍ଠୀ ସଂକୀର୍ତ୍ତନ ମଣ୍ଡଳୀଙ୍କ ଅଂଶଗ୍ରହଣ ଖୁବ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିବା ଦେଖା ଦେଇଥିବା କୁହାଯାଇଛି । ଛତ୍ରପୁରର ଗୁରୁଭାଇ ସର୍ବଶ୍ରୀ ଚନ୍ଦ୍ର ଶେଖର ଶତପଥୀ, କେ. ରଘୁନାଥ ରେଡ୍ଡୀ, ରଘୁନାଥ ବେହେରା, ଲିଙ୍ଗରାଜ ମହାରଣା , ମୁନା ବେହେରା, ପ୍ରକାଶ ଭାଇ, ଶଙ୍କର ସେଠୀ, ରାଜେଶ ସେଠୀ ପ୍ରମୁଖ ଯୋଗଦାନ କରି ଠାକୁରଙ୍କର ବିଭୂକୃପା ଲାଭ କରିଛନ୍ତି ।

Leave A Reply

Your email address will not be published.