“ମୁଁ ବି ସ୍ୱୟଂ ସମ୍ପୂର୍ଣ୍ଣା” ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଢେଙ୍କାନାଳ ଝିଅ ଅଙ୍କିତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ପ୍ରେସ କ୍ଲବଠାରେ ମଙ୍ଗଳବାର ଦିନ ଆୟୋଜିତ ମାସିକ ଓଡ଼ିଆ ଖବର କାଗଜ ଶାନ୍ତିସ୍ତୁପର ପ୍ରଥମ ସ୍ୱନକ୍ଷେତ୍ର ଉତ୍ସବରେ “ମୁଁ ବି ସ୍ୱୟଂ ସମ୍ପୂଣ୍ଣା -୨୦୨୨” ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି ଢେଙ୍କାନାଳ ଝିଅ ଅଙ୍କିତା ସାହୁ । ପୁରସ୍କାର ସ୍ୱରୂପ ମାନପତ୍ର, ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏବଂ ଜୟଦେବ ବିଧାୟକ ଡ଼. ଅରବିନ୍ଦ ଢାଲି ।

ଏହି ଅବସରରେ ଆଙ୍କିତାଙ୍କ ସହ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ମୋଟ ୨୦ ଜଣ ମହିଳାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ସାମ୍ବାଦିକତା ସହ ସମାଜ ସେବା କରି ଲୋକଙ୍କ ଅନେକ ସମସ୍ୟା ଦୂର କରି ଲୋକ ପ୍ରିୟତା ଅର୍ଜ୍ଜନ କରିଛନ୍ତି ଅଙ୍କିତ। । ନିରପେକ୍ଷ ଭାବେ ଅନ୍ୟାୟ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସମାଜକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । ଅଳ୍ପ ବୟସରୁ ସେବା ମନୋଭାବ ନେଇ ସମାଜ ସେବାକୁ ବ୍ରତ କରି ଚାଲିଛନ୍ତି । ଦୀର୍ଘ ୮ ବର୍ଷ ହେବ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ଋତୁସ୍ରାବ ଜନିତ ସ୍ବଛତା ଉପରେ ସଚେତନ କରିବା ସହ ମାଗଣାରେ ସାନିଟାରୀ ନାପକୀନ ବଣ୍ଟନ କରିଆସୁଛନ୍ତି ।

କିପରି ଅସହାୟ ଲୋକ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ ନକରନ୍ତୁ ସେଥିପାଇଁ ଦିନ ରାତି ଏକ କରି ନିଜ ଚେଷ୍ଟା ବଳରେ ଢେଙ୍କାନାଳରୁ କଟକ ମେଡିକାଲ ପର୍ଯ୍ୟନ୍ତ ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି । କରୋନା ମହାମାରୀ ସମୟରେ ନିଜ ଅନୁଷ୍ଠାନ ଦ୍ୱାରା ଛାତ୍ରଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ସ୍ମାର୍ଟ ଫୋନ ଯୋଗାଇଛନ୍ତି ଅଙ୍କିତା । କେବଳ ଏତିକି ନୁହେଁ, ଏକ ଟ୍ୱିଟର କ୍ଲବ ଗଠନ କରି ନିଜ ଜିଲ୍ଲା ଏବଂ ଜିଲ୍ଲା ବାହାର ସମସ୍ୟାର ସମସ୍ୟାର ସମାଧାନ କରୁଛନ୍ତି । ଅଙ୍କିତା ଗଁଦିଆ ବ୍ଲକ କାବେରା ପଞ୍ଚାୟତ ଦଧିସିଙ୍ଗା ଗ୍ରାମର ବିଷ୍ଣୁ ଚରଣ ସାହୁ ଓ ରଞ୍ଜିତା ସାହୁଙ୍କର ବଡ଼ ଝିଅ ।

Leave A Reply

Your email address will not be published.