oom

ଖର୍ସେଲ ଗ୍ରାମପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତାରେ ଅନିୟମିତତା ଅଭିଯୋଗ

jsmm

ନୂଆପଡ଼ା, (ଅଜିତ ବେହେରା) : ଅନେକ ବର୍ଷରୁ ଚାଲୁ ରହିଥିବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ଯେଉଁଥିରେ ଜଣେ ଗରିବ ନୀରିହ ଶ୍ରେଣୀର ଉଭୟେ ମହିଳା ପୂରୁଷ ତାଙ୍କୁ ୬୦ ବର୍ଷ ପୂର୍ତ୍ତି ହେବା ପରେ ସେମାନେ ରୋଜଗାର କରିବାରେ ବା କୁଲି ମଜୁରୀ କରିପାରନ୍ତି ନାହିଁ ଏବଂ ଧୀରେ ଧୀରେ ଦେଖା ଦେଇ ଥାଏ ଆର୍ଥିକ ସମସ୍ୟା ସେଥି ନିମନ୍ତେ ତାଙ୍କ ଘର ଚଳିବା ପାଇଁ ପୂର୍ବ ସରକାର ୬୦ ବର୍ଷ ଲୋକଙ୍କୁ ୧୦୦୦ ଟଙ୍କା ଓ ୮୦ ବର୍ଷର ଲୋକଙ୍କୁ ୧୨୦୦ ଟଙ୍କା ଦେଇ ଆସୁଥିଲେ । ଏବଂ ବର୍ତ୍ତମାନ ରହିଥିବା ସରକାର ମଧ୍ୟ ଜାରି ରଖିଛନ୍ତି । ନୂତନ ସରକାର ହେବାପରେ ପ୍ରତ୍ୟେକ ବ୍ଲକ ପଞ୍ଚାୟତକୁ ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି, ଯେଉଁଥିରେ ନୂତନ ହିତାଧିକାରୀଙ୍କୁ ସାମିଲ କରିବେ ହେଲେ ତାହା ନ ହୋଇ ସମ୍ପୂର୍ଣ୍ଣ ଭାବେ ଆଇନ ବାହାରେ କାର୍ଯ୍ୟ ହୋଇଛି । ଯାଂହା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧିନରେ ଥିବା ଖର୍ସେଲ ପଂଚାୟତ ବୈଗାପଡା ଗ୍ରାମରେ, ଅଭିଯୋଗ ଅନୁଯାୟୀ ଉକ୍ତ ଗ୍ରାମରେ ଗରିବ ଶ୍ରେଣୀର ଲୋକମାନେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ ହେଲେ ଯେଉଁ ବ୍ୟକ୍ତି ପାଇବା ଯୋଗ୍ୟ ସେହି ମାନଙ୍କୁ ଚିହ୍ନଟ ନ କରି ଯେଉଁ ମାନଙ୍କ ପାଇବା ବୟସ ହୋଇ ନାହିଁ, ସେହି ମାନଙ୍କ ଆବେଦନକୁ ସରପଞ୍ଚ ମଞ୍ଜୁର କରିଛନ୍ତି । ଯେଉଁ ମାନେ ଯୋଗ୍ୟ ସେହି ମାନଙ୍କୁ ଅଯୋଗ୍ୟ ଭାବି ଆବେଦନ ପତ୍ରକୁ ଗ୍ରହଣ ନ କରିଥିବା ଅଭିଯୋଗ ହେଉଛି ଏବଂ ଯେଉଁ ମାନେ ଯୋଗ୍ୟ ନାହାଁନ୍ତି ସେ ମାନଙ୍କୁ କେଉଁ ସ୍ୱାର୍ଥରେ କାହା ଚାପରେ ଚୟନ କରୁଛନ୍ତି କେଉଁ ପ୍ରମାଣପତ୍ର ଦେଖି ଚୟନ କରୁଛନ୍ତି ତାହା ବର୍ତମାନ ଅନେକ ପ୍ରଶ୍ନ ଉପୁଜିଛି । ଯେଉଁ ମାନଙ୍କର ବୟସ ହୋଇନାହିଁ ସେମାନେ ଭୋଟ କାର୍ଡ ଓ ଆଧାର କାର୍ଡରେ ବୟସ ବଢ଼ାଇ ଭତ୍ତା ପାଇଁ ଆବେଦନ କରିଛନ୍ତି, ଲୋକଙ୍କ କହିବା ଅନୁଯାୟୀ ୨୦୨୩ ଭୋଟର ଲିଷ୍ଟ ଦେଖି କି ଦିଆଗଲେ ପ୍ରକୃତ ବୟସ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି । ତେଣୁକରି ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରି ଏହି ଭଲି ମନମୁଖୀ କାର୍ଯ୍ୟ କରୁଥିବା ବିଭାଗୀୟ ଅଧିକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

jittmm
Leave A Reply

Your email address will not be published.