ତିନି ଦଫା ଦାବୀ ପୂରଣ ନହେଲେ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କୋଷାଗୁମୁଡ଼ା, (ଜଗନ୍ନାଥ ବିଷୋୟୀ) : ତିନି ଦଫା ଦାବୀ ପୂରଣ ନହେଲେ ବ୍ଲକର ଶିକ୍ଷକମାନେ ସମୂହ ଛୁଟିରେ ଯିବେ । ଆସନ୍ତା ୧୬ରୁ କାର୍ଯ୍ୟବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେସେନ୍ ଡାକରାରେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ବିଇଓ ସୁଭାଷ ଚନ୍ଦ୍ର ରାୟ ସ୍ମାରକପତ୍ର ଗ୍ରହଣ କରିଛନ୍ତି । ଶିକ୍ଷକଙ୍କ ଦାବୀ ମଧ୍ୟରେ ରହିଛି ପୁରୁଣା ପେନସନ୍ ବ୍ୟବସ୍ଥା ପ୍ରଚଳନ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ, ଶିକ୍ଷାକର୍ମୀ ଏବଂ ଶିକ୍ଷା ସହାୟକଙ୍କୁ ନ୍ୟାସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ । ସେମାନଙ୍କୁ ମୂଳ ଚାକିରିରେ ଗଣନା ସହ ଏକ୍ସ କ୍ୟାଡର ଉଚ୍ଛେଦ, କଳା, କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ ଶିକ୍ଷକର ମାନ୍ୟତା, ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ଲାଗି ଦାବୀ ରହିଛି । ଆସନ୍ତା ୧୬ ତାରିଖ ସୁଦ୍ଧା ଦାବୀ ପୂରଣ ନହେଲେ କାମ ବନ୍ଦ ସମସ୍ତ ଶିକ୍ଷକ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି । ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅଞ୍ଜନ୍ କୁମାର ଖଟୁଆ, ଏନ୍‌ପିଏଏସ୍ ସଭାପତି ବାବେନ୍ଦ୍ର ନାୟକ, ସମ୍ପାଦକ ସୀତାରାମ ପନକା, ପ୍ରମଦ କୁମାର ଦଳେଇ, ଅବଦୁଲ୍ ଖାନ୍, ସୌମ୍ୟ ରଂଜନ ସିଂ, ସିଆରସିସି ବିଜ୍ଞାନ ଦଳେଇ, ଦିଲ୍ଲୀପ କୁମାର ଖଟୁଆ, ବିଦାନ୍ ରାଉତ, ବିବେକ ସ୍ବାଇଁ, ପ୍ରଫୁଲ୍ଲ ପାତ୍ର, ସଞ୍ଜୟ ପରିଡ଼ା, ଅନୁ ଦାସ, ଅନୀଲ ବେହେରା ପ୍ରମୁଖଙ୍କ ସହ ସମସ୍ତ ବର୍ଗର ୪୦୦ରୁ ୫୦୦ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.