oom

ଓଭୋ ଫାର୍ମ ଛତାମଖନା ପକ୍ଷରୁ ବିଶ୍ୱ ଅଣ୍ଡା ଦିବସ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସମ୍ବଲପୁର ଏନ୍‌ଏଚ୍‌ ୨୬ କଡରେ ଯୁବ ଉଦ୍ୟୋଗୀ ସମରେନ୍ଦ୍ର ମିଶ୍ରଙ୍କ ସତ୍ୱାଧିକାରରେ ଗଢି ଉଠିଥିବା ଓଭୋ ଫାର୍ମ ପ୍ରାଇଭେଟ ଲିମିଟେଡ୍‌ ଛତାମଖନା କୁକୁଡା ଚାଷ କ୍ଷେତ୍ରରେ ଭାରତୀୟ ବଜାରେ ଏକ ଅଗ୍ରଣୀ ଶିଳ୍ପାନୁଷ୍ଠାନ ଭାବେ ଉଭା ହେବା ସହ ଅଂଚଳର ଶତାଧିକ ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । ଅଣ୍ଡା ପରି ଏକ ପୁଷ୍ଟିକର ଖାଦ୍ୟକୁ ନେଇ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ମାସ ଦ୍ୱିତୀୟ ଶୁକ୍ରବାର ବିଶ୍ୱ ଅଣ୍ଡା ଦିବସ ଭାବେ ପାଳିତ ହୋଇ ଆସୁଛି । ସାରା ବିଶ୍ୱରେ ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଉଥିବା ବେଳେ ଏହି କ୍ରମରେ ଓଭୋ ଫାର୍ମ ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ସ୍ଥାନୀୟ ବିନୋବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଅଣ୍ଡାର ପୁଷ୍ଟିକାରିତା ଏବଂ ପୋଷଣ ଉପରେ ଏକ କ୍ୱିଜ ଏବଂ ଗ୍ଲୋବାଲ ୱାର୍ମିଙ୍ଗ ସହିତ ବିଶ୍ୱ ଖାଦ୍ୟ ସଂକଟ ଉପରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଗୌର ଅମାତ ଓ ମଲ୍ଲିକା କରଣ ଯଥା କ୍ରମେ କ୍ୱିଜ ଓ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପ୍ରତିଯୋଗିତା ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ ସହ ଅନ୍ୟ ପ୍ରତିଯୋଗୀମାନଙ୍କୁ ସାନ୍ତ୍ୱନା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଭୋ ଫାର୍ମ ମାନବ ସମ୍ବଳ ମୁଖ୍ୟ ଅଧିକାରୀ ସ୍ୱସ୍ତିକ ପଣ୍ଡା, ନରସିଂହ ନେତା ସଭାପତି ଶୁଭ୍ରାଂଶୁ ପଣ୍ଡା, ସ୍କୁଲର ପ୍ରଧାନ ଶିକ୍ଷକ ନୀଳମଣି ପଟେଲ, ସରପଂଚ ଜନ୍ମ ବାରିକ, ରାଜ କିଶୋର ମିଶ୍ର, ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଅଣ୍ଡା କିପରି ଆମ ଶରୀର ପାଇଁ ଉପଯୋଗୀ ଓ ଏହା କିଭଳି ଆମ ସମାଜରୁ ପୃଷ୍ଟିହୀନତାକୁ ଦୂର କରିପାରିବ ସେ ସମ୍ବନ୍ଧରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।

jittmm
Leave A Reply

Your email address will not be published.