ଗମ୍ଭାରୀଗୁଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ : ଗଣତି ଶେଷ, ପଦ ହରାଇବେ ସରପଞ୍ଚ

ତୁଷୁରା, (ଲକ୍ଷ୍ମୀକାନ୍ତ ସାହୁ) : ଗୁଡ଼ଭେଲା ବ୍ଲକ ଗମ୍ଭାରୀଗୁଡା ସରପଞ୍ଚ ପିଙ୍କି ବେଶ୍ରାଙ୍କ ବିରୋଧରେ ହୋଇଥିବା ଅନାସ୍ଥା ଭୋଟ୍‌ର ଗଣତି ଶେଷ ହୋଇଛି । ଅନାସ୍ଥା ସପକ୍ଷରେ ୮ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ଶୂନ ଭୋଟ ପଡିଛି । ଅନ୍ୟପଟେ ସରପଞ୍ଚଙ୍କ ସମର୍ଥକ ମଧ୍ୟ ଭୋଟ ଦେଇ ନ ଥିବା ବେଳେ ପଦ ହାଇବେ ବୋଲି ଜଣାପଡିଛି । ତୁଷୁରା ତହସିଲଦାର ତଥା ନିର୍ବାଚନ ଅଧିକାରୀ ଆର୍ତ୍ତତ୍ରାଣ ଥାଟିଙ୍କ ଉପସ୍ଥିତିରେ ଗମ୍ଭାରୀଗୁଡା ପଂଚାୟତ କାର୍ଯ୍ୟାଳୟ ପରିସରରେ ଭୋଟ ଦେବା ସହ ଗଣତି ମଧ୍ୟ ହୋଇଥିଲା । ସେଥିରେ ଅନାସ୍ଥା ସପକ୍ଷରେ ୮ ଗୋଟି ଭୋଟ ପଡି ଥିବାବେଳେ ବିପକ୍ଷରେ କେହି ମଧ୍ୟ ଭୋଟ ଦେଇ ନଥିଲେ । ଫଳରେ ଉପଜିଲ୍ଲାପାଳଙ୍କ ଘୋଷଣା ପରେ ପଦ ହରାଇବେ ସରପଞ୍ଚ ବୋଲି ଜଣାପଡିଛି । ପ୍ରକାଶ ଥାଉକି, ଅଢେଇ ବର୍ଷ ହେବ ସରପଞ୍ଚ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ୱାର୍ଡ ସଭ୍ୟାସଭ୍ୟା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ଅନାସ୍ଥା ପ୍ରସ୍ତାବ ଦେଇଥିଲେ । କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା । ପୋଲିସର ବୁଝାସୁଝା ପରେ ଘଟଣାଟି ଶାନ୍ତ ହୋଇଥିଲା ।

Leave A Reply

Your email address will not be published.