oom

କଟକରେ ଡବଲ ଏନକାଉଣ୍ଟର

jsmm

କଟକ : ଦୀର୍ଘ ଦିନର ବ୍ୟବଧାନ ପରେ କଟକ କମିସରେଟ୍‌ ପୋଲିସ ଏନ୍‌କାଉଣ୍ଟର କରିଛି । ବୁଧବାର ବିଳମ୍ବିତ ରାତିରେ ଚୌଦ୍ୱାର ଥାନା ଅଞ୍ଚଳରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ଼ କରିଛି ପୁଲିସ । ପୋଲିସ ଗୁଳିରେ ଆହତ ଅଭିଯୁକ୍ତ ଦ୍ୱୟ ହେଲେ କଟାସ ଓରଫ ସଂଗ୍ରାମ ରାଉତ ଏବଂ ଜୁବୁଲା ଓରଫ ଶୁଭ୍ରାଂଶୁ ପରିଡ଼ା । ସଂଗ୍ରାମର ଘର ନନ୍ଦନକାନନ ଥାନା ଅଞ୍ଚଳରେ ହୋଇଥିବା ବେଳେ ଜୁବୁଲାର ଘର ବୟାଳିଶମୌଜା କୁଳକଳପଡ଼ା ଅଞ୍ଚଳରେ ଡକାୟତି, ଲୁଟ୍‌ପାଟ ଭଳି ଏକାଧିକ ସଙ୍ଗିନ୍‌ ମାମଲାରେ ଜଡ଼ିତ ଥିବା କଟାସ ଓ ଜୁବୁଲାକୁ ଧରିବା ପାଇଁ ପୁଲିସ ପିଛା କରୁଥିବା ବେଳେ ଚୌଦ୍ୱାର ଥାନା ଅଞ୍ଚଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ଅପରାଧୀ ପୋଲିସକୁ ଆକ୍ରମଣ କରିଥିଲେ । ସ୍ଥିତି ବିଗିଡ଼ି ଯିବାରୁ ପୁଲିସ ଦୁଇ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚଳାଇଥିଲା । ଦୁଇ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି । ସେମାନଙ୍କୁ ଏସ୍‌ସିବି ଟ୍ରମା କେୟାର୍‌ରେ ଭର୍ତ୍ତି କରାଯାଇଛି । ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ, ଏସିପି ଅରୁଣ ସ୍ୱାଇଁ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏସ୍‌ସିବିରେ ପହଞ୍ଚି ଅଭିଯୁକ୍ତଙ୍କୁ ପଚରାଉଚୁରା କରୁଛନ୍ତି । ଅଭିଯୁକ୍ତଙ୍କ ଠାରୁ ବନ୍ଧୁକ, ଗୁଳି ସମେତ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । କଟାସ ଓ ଜୁବୁଲା ବିରୋଧରେ ରାହାଜାନୀ ଠାରୁ ଆରମ୍ଭ କରି ଡକାୟତି, ଛିନ୍‌ତାଇ, ହତ୍ୟା, ବୋମାମାଡ଼ ଉଦ୍ୟମ ଭଳି ସଙ୍ଗିନ ମାମଲା କଟକ କମିସନରେଟ୍‌ ସମେତ ବିଭିନ୍ନ ଜିଲ୍ଲାରେ ରହିଛି । କଟକରେ ଗତ କିଛିଦିନ ହେଲା କିଛି ଗ୍ୟାଙ୍ଗଷ୍ଟର୍‌ ସହଯୋଗୀ ନିଜର ପତିଆରା ବୃଦ୍ଧି ପାଇଁ ମୁଣ୍ଡ ଟେକିଛନ୍ତି । ନିଜର ଦୁର୍ଗ ଗଠନ କରି ବାଲି ମାଫିଆ, ଠିକାଦାରଙ୍କୁ ଭୟଭୀତ କରି ସେମାନେ ବଟି ଆଦାୟ କରୁଥିବା କମିସନରେଟ୍‌ ପୁଲିସ ପାଖରେ ଖବର ରହିଛି । ପୋଲିସ ଏ ସଂପର୍କରେ କୌଣସି ସ୍ପଷ୍ଟ ତଥ୍ୟ ଦେଉନଥିବା ବେଳେ ପୋଲିସ ଗୁଳିରେ ଘାଇଲା ହୋଇଥିବା ଦୁଇ ଅଭିଯୁକ୍ତ କମିସନରେଟ୍‌ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଅଭିଯୁକ୍ତ କଟାସ ଓ ଜୁବୁଲାଙ୍କ ପାଖରେ ବନ୍ଧୁକ, ଗୁଳି ଆଦି ମାରଣାସ୍ତ୍ର ଥିବା ପୁଲିସ ସୂଚନା ପାଇଥିଲା । ଡିସିପିଙ୍କ ନିର୍ଦ୍ଦେଶରେ କଟକ କମିସନରେଟ୍‌ ପୋଲିସର ସ୍ପେଶାଲ୍‌ ସ୍କ୍ୱାଡ୍‌ ସେମାନଙ୍କୁ ଧରିବା ପାଇଁ ତଲାସି ଅଭିଯାନ ଚଳାଇଥିଲା ।

jittmm
Leave A Reply

Your email address will not be published.