om academy

ରକ୍ତ ଭଣ୍ଡାର ଅସ୍ଥାୟୀ କର୍ମଚାରୀମାନଙ୍କୁ ଅଣଦେଖା ଅଭିଯୋଗ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ କିଛି ଅଭାବ ହେଉ ଅବା ନହେଉ ରକ୍ତର ଅଭାବ ବହୁ ମାତ୍ରାରେ ପରିଲକ୍ଷିତ ହେଉଛି । ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରକ୍ତ ଅଭାବକୁ ଦୂରକରିବା ପାଇଁ କିଛି ରକ୍ତ ଭଣ୍ଡାର କର୍ମଚାରୀ , ବିଭିନ୍ନ ସଙ୍ଗଠନ ଓ ଯୁବ ଗୋଷ୍ଠୀ ସମ୍ପୂର୍ଣ୍ଣ ଭାବେ ଲାଗିପଡିଛନ୍ତି । ରକ୍ତ ଭଣ୍ଡାର କର୍ମଚାରୀ ଗଣ ନିଜ ତଥା ନିଜ ପରିବାର ଲୋକଙ୍କ କଥା ଚିନ୍ତା ନକରି ଲୋକଙ୍କ ସେବା ପାଇଁ ଲାଗିପଡିଛନ୍ତି । ସେମାନେ ଅନେକ ଗୁଡାଏ ଜାଗାକୁ ଯାଇ ରକ୍ତ ଦାନ ଶିବିର ମାନେ ସମ୍ପାଦନା କରୁଛନ୍ତି । ଏଭଳି ଅନେକ କାମ ତୁଲାଉଛନ୍ତି ରକ୍ତ ଭଣ୍ଡାର କର୍ମଚାରୀ । କିନ୍ତୁ ଦୁଃଖର ବିଷୟ ଏହା ଯେ ଆଜି ପର୍ଯ୍ୟନ୍ତ ଏହି ରକ୍ତ ଭଣ୍ଡାରର ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସରକାର କରୋନା ଯୋଦ୍ଧାର ମାନ୍ୟତା ମଧ୍ୟ ପ୍ରଦାନ କରିନାହାନ୍ତି । ବହୁ ଦିନଠାରୁ ଦାବୀ କରାଯାଉଥିଲେ ମଧ୍ୟ ଦରମା ବୃଦ୍ଧି ହୋଇପାରୁନି । ଏହି କରୋନାର ଯୋଉଁ ସଂଗ୍ରାମ ଚାଲିଛି ଏହି ସଂଗ୍ରାମରେ ଆଗଧାଡିର କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ସରକାର ବହୁ ସୁବିଧା ସୁଯୋଗ ଦେଇଛନ୍ତି ସତ କିନ୍ତୁ ଯେତେବେଳେ ଏହି ଅସ୍ଥାୟୀ କର୍ମଚାରୀ ମାନଙ୍କ ସମୟ ଆସିଲା ସେତେବେଳେ ସବୁ ଶୂନ୍ୟ । ଏହି ସମୟରେ ଯାହା ଦିଅନ୍ତୁ ନ ଦିଅନ୍ତୁ ତାଙ୍କୁ ସୁରକ୍ଷା ଉପକରଣ ନିଶ୍ଚିତ ଭାବରେ ଦେବା କଥା କିନ୍ତୁ ଏତକ ମଧ୍ୟ ମିଳୁନି । ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ଆମ ରାଜ୍ୟରେ ୫୫ ଗୋଟି ରକ୍ତ ଭଣ୍ଡାର ଚାଲୁ ରହିଛି । ଏହି ରକ୍ତ ଭଣ୍ଡାର ମାନଙ୍କରେ ୧୮୦ ଜଣ ଠିକା ବା ଅସ୍ଥାୟୀ କର୍ମଚାରୀ କାମ କରୁଛନ୍ତି । କହିବାକୁ ଗଲେ ଆମ ରାଜ୍ୟରେ ଅସ୍ଥାୟୀ କର୍ମଚାରୀ ମାନଙ୍କ ହାତରେ ନ୍ୟସ୍ତ ରହିଛି ସମସ୍ତ ରକ୍ତ ଭଣ୍ଡାର । ଏତେ ସବୁ କାର୍ଯ୍ୟ ବହୁ ଦିନ ଠାରୁ ସୁଚାରୁ ରୂପେ ତୁଲାଉ ଥିଲେ ମଧ୍ୟ ଆଜି ପର୍ଯ୍ରନ୍ତ ଏହି ଅସ୍ଥାୟୀ କର୍ମଚାରୀ ମାନଙ୍କ ଉପରେ ସରକାରଙ୍କ ସୁଦୃଷ୍ଟି ପଡ଼ିନାହିଁ । କେତେ ଦିନ ପର୍ଯ୍ୟନ୍ତ ଏହି ଅସ୍ଥାୟୀ କର୍ମଚାରୀ ଏହିଭଳି ଅବସ୍ଥାରେ କାର୍ଯ୍ୟ ସମ୍ପାଦନା କରୁଥିବେ ? ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ସରକାର କେବେ ବୁଝି ପାରିବେ ରକ୍ତ ଭଣ୍ଡାରରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ମାନଙ୍କ କଥା ।

Leave A Reply

Your email address will not be published.