ମୈତ୍ରୀ ଇଂଫ୍ରା ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ

ରାୟଗଡ଼ା, (ଗୌରୀ ଶଙ୍କର ପଟ୍ଟନାୟକ) : କିଛିଦିନ ତଳେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ସୁଙ୍ଗେର ପ୍ରାଥମିକ ଚିକିତ୍ସାଳୟକୁ ମୈତ୍ରୀ ଇଂଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଅଞ୍ଚଳର ସ୍ଵାସ୍ଥ୍ୟ ସେବାରେ ଉନ୍ନତି ପାଇଁ ଏକ ନୂତନ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା । କାଶୀପୁର ପଛୁଆ ଅଞ୍ଚଳ ହୋଇଥିବାରୁ ଗାଁ ଗାଁରେ ଲୋକଙ୍କୁ ବିଜୁଳି ସଂଯୋଗ କରିଥିବା ନଜରକୁ ଆସିଛି । ବର୍ତ୍ତମାନ ରାୟଗଡା ନ୍ୟୁ କଲୋନୀ ସ୍ଥିତ ସତ୍ୟସାଇବାବା ସଂଗଠନ ତରଫରୁ ମୋବାଇଲ ହେଲଥ୍‌ ଭ୍ୟାନ୍‌ର ଆଜି ଶୁଭ ଉଦ୍‌ଘାଟନ କରାଯାଇଛି । ମୈତ୍ରୀ ଇଂଫ୍ରା ତରଫରୁ ଏହି ମୋବାଇଲ ବସ୍ ପ୍ରଦାନ କରାଯାଇଛି । ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଏହି ମୋବାଇଲ ସ୍ୱାସ୍ଥ୍ୟସେବା ବସ୍ କାମ କରିବ । ଗର୍ଭବତୀ ମହିଳା, ଦନ୍ତ ଚିକିତ୍ସା ଓ ସାଧାରଣ ଔଷଧ ଦେବାରେ ଏହି ଭ୍ୟାନ୍‌ କାମ କରିବ । ଏହି ଅବସରରେ ଏକ ବୈଠକ ଅନଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ରାୟଗଡା ଆରକ୍ଷୀ ଅଧିକ୍ଷକ ହରିଶ ବି.ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୈତ୍ରୀ କମ୍ପାନୀର ଅଧ୍ୟକ୍ଷ ଟି. ଶ୍ରୀନିବାଶ ରାଓ ଓ ମୈତ୍ରୀ କମ୍ପାନୀର ଇ.ଡି ସତ୍ୟନାରାୟଣ ଯୋଗଦାନ କରିଥିଲେ । ଉକ୍ତ ବୈଠକ ପରେ ମୋବାଇଲ୍ ହେଲଥ୍‌ କେୟାରର ଶୁଭ ଉଦ୍‌ଘାଟନ କରାଯାଇଥିଲା । ଏମିତି ସବୁ ଜନହିତକର କାର୍ଯ୍ୟକ୍ରମ କରି ଜିଲ୍ଲାରେ କରୁଥିବାରୁ ମୈତ୍ରୀ କମ୍ପାନୀକୁ ଲୋକ ବହୁତ ପ୍ରଶଂସା ଓ ସ୍ୱାଗତ ଜଣାଇଛନ୍ତି ।

Leave A Reply

Your email address will not be published.