oom

ସାବାସ ଅନୁଷ୍ଠାନ ପକ୍ଷରୁ ଘର ଘର ଆମ୍ବେଦକର କାର୍ଯ୍ୟକ୍ରମ ଆରମ୍ଭ

jsmm

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମର ସାବିତ୍ରୀ ବାଇ ଫୁଲେ, ଆମ୍ବେଦକର, ବିର୍ସା ମୁଣ୍ଡା ସାମାଜିକ ପରିବର୍ତ୍ତନ ଅନୁଷ୍ଠାନ (ସାବାସ) ଏକ ନିଆଁରା ଢ଼ଙ୍ଗରେ ବାବା ସାହେବ ଆମ୍ବେଦକର ଓ ଭାରତର ସମ୍ବିଧାନକୁ ପ୍ରତ୍ୟେକ ଘରକୁ ଘର ପହଞ୍ଚାଇବାର ଲକ୍ଷ୍ୟ ରଖି ଘର ଘର ଆମ୍ବେଦକର କାର୍ଯ୍ୟକ୍ରମ ଆରମ୍ଭ କରିଛି । ସୋମବାର ଦିନ ଲାଠୋର ନିକଟସ୍ଥ ଖର୍ଲି ଗ୍ରାମକୁ ଯାଇ ପ୍ରଥମ କରି ୧୦ଟି ପରିବାରକୁ ବାବା ସାହେବ ଆମ୍ବେଦକରଙ୍କ ଫୋଟୋ ଓ ସମ୍ବିଧାନର ମୁଖବନ୍ଧ ପ୍ରସ୍ତାବନାକୁ ବଣ୍ଟନ କରି ବାବା ସାହେବଙ୍କ କୃତିତ୍ୱ ଓ ଭାରତୀୟ ସମ୍ବିଧାନରେ ଥିବା ଅଧିକାରକୁ ଜନ ସାଧାରଣଙ୍କୁ ବୁଝେଇ ସଚେତନ କରିଥିଲେ । ଲୋକ ମାନଙ୍କ ପ୍ରତି ବାବା ସାହେବଙ୍କ ବିଚାର ମହିଳା ପୁରୁଷ ତଥା ପ୍ରତ୍ୟେକ ଭାରତୀୟଙ୍କୁ ସମ୍ବିଧାନରେ ଦିଆଯାଇ ଥିବା ଅଧିକାରକୁ ଲୋକେ କିପରି ଜାଣି ପାରିବେ ସେହି ଉଦ୍ଦେଶ୍ୟରେ ଆଗାମୀ ଏପ୍ରିଲ ୧୪ ତାରିଖ ସୁଦ୍ଧା ଅଞ୍ଚଳର ପ୍ରତ୍ୟେକ ଗ୍ରାମରେ ଏହା ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଥିବା ଅନୁଷ୍ଠାନ ପକ୍ଷରୁ ଜଣାପଡ଼ିଛି । ଅନୁଷ୍ଠାନର ସକ୍ରୀୟ ସଦସ୍ୟ ବିଦ୍ୟାଧର ଗୁର୍ଲା, କରୁଣା କର ସୁନା, ବିଶ୍ୱହରୀ ନାଗ, ରାଜ କୁମାର ତାଣ୍ଡି, ପୁରୁନ ସୁନା, ବେନାର ତାଣ୍ଡି, କପିଳ ସୁନା, ଭୁବନେଶ୍ୱର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.