
ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତ କିଛି ମାସ ହେବ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ପୋଲିସର ତଦନ୍ତ କାର୍ଯ୍ୟରେ ଶିତଳତାର ପ୍ରତିବାଦରେ ଆଜି ବରଗଡ଼ ଗାନ୍ଧୀଛକଠାରେ କୋଶଲ ସେନା ପକ୍ଷରୁ ଆମରଣ ଅନଶନ ଆରମ୍ଭ କରାଯାଇଛି । ସେନା କର୍ମୀମାନେ ଅଭିଯୋଗରେ କହିଛନ୍ତି ଯେ, ଗତ ଦିନରେ ବରଗଡ଼ ଟାଉନ ଥାନା ହାଜତରେ ମୃତ୍ୟୁ ବରଣ କରିଥିବା ଗୋବିନ୍ଦ କୁମ୍ଭାରଙ୍କ ତଦନ୍ତରେ ଅଗ୍ରଗତି ହୋଇପାରୁନାହିଁ କି ପୀଡ଼ିତ ପରିବାରଙ୍କୁ ଉଚିତ ନ୍ୟାୟ ମିଳିପାରୁନାହିିଁ । ସେହିପରି ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ତଦନ୍ତ ମଧ୍ୟ ଠିକ୍ ଭାବରେ ହୋଇପାରୁନାହିଁ ବୋଲି ଅଭିଯୋଗ କରିଥିଲେ । ପୀଡ଼ିତ ପରିବାରଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦାବୀରେ ଆଜି କୋସଲ ସେନା ପକ୍ଷରୁ ଆମରଣ ଅନଶନ ଆରମ୍ଭ କରାଯାଇଛି ।
