ତହସିଲ ପକ୍ଷରୁ କରୋନା କଟକଣା ଅମାନିଆଁକୁ ଛାଟ : ୨୫ ଦିନ ମଧ୍ୟରେ ୫୭୪ ଜଣଙ୍କ ଠାରୁ ୨,୩୬, ୮ଶହଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଗତ ୫ ତାରିଖରୁ ୧୯ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟେକ ଦିନ ଅପରାହ୍ନ ୧୨ଟାରୁ ସକାଳ ୬ଟା ଓ ୨୦ ତାରିଖରୁ ଦିନ ୧୧ଟାରୁ ସକାଳ ୭ଟା ସୁଦ୍ଧା ଲକଡାଉନ ଘୋଷଣା କରିଥିଲେ । ହେଲେ ଏହି ନିୟମକୁ ପାଳନ କରୁ ନ ଥିବା ଅମାନୀଆଁଙ୍କ ଠାରୁ ଦେଓଗାଁ ତହସିଲ ଓ ଦେଓଗାଁ ପୁଲିସ ପକ୍ଷରୁ ଜରିମାନା ଆଦାୟ କରାଯାଇଥିଲା । ଜରିମାନା ଆଦାୟକୁ ନେଇ ଦେଓଗାଁ ତହସିଲ କାର୍ୟ୍ୟାଳୟ‌ରୁ ପାଇଥିବା ତଥ୍ୟ ଅନୁସାରେ ଜାତୀୟ ରାଜପଥ ଓ ରାସ୍ତାରେ ବେଆଇନ ଭାବେ ଯିବା ଆସିବା କରୁଥିବା ସହ କୋଭିଡ଼ ୧୯ ଆଇନକୁ ପାଳନ କରୁ ନ ଥିବା ୫୭୪ ଜଣ ବ୍ୟକ୍ତିଙ୍କ ଠାରୁ ୨ଲକ୍ଷ ୩୬ହଜାର ୮୦୦ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡ଼ିଛି । ଦେଓଗାଁ ତହସିଲର ବିଭିନ୍ନ ସ୍ଥାନରେ ଦେଓଗାଁ ପୁଲିସ ସହଯୋଗରେ ଏହା କରାଯାଇଥିବା ତହସିଲଦାର ଚନ୍ଦ୍ରମଣୀ ନାଗ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.