oom

ଚାହିଦା ମେଣ୍ଟାଇବା ସକାଶେ ଜିଲ୍ଲାରେ ୧୭୫୦ ହେକ୍ଟର ଆଳୁଚାଷ କରାଯିବ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ର ସକାଶେ ଅନ୍ୟତମ ସମ୍ଭାବ୍ୟ ଜିଲ୍ଲା ଭାବେ ପରିଗଣିତ ହୋଇଛି । କ୍ଲଷ୍ଚରସ୍ତରୀୟ ଆଳୁଚାଷ କରାଗଲେ କମ୍ ଖର୍ଚ୍ଚ ପରିଚାଳନାରେ ଉତ୍ପାଦକତା ବୃଦ୍ଧି ହୋଇପାରିବ ଏବଂ ବଜାରରେ କୃଷକଗଣ ପ୍ରତିଯୋଗିତା ମୂଳକ ଲାଭବାନ ହୋଇପାରିବେ । କୃଷକଙ୍କ ଲାଭ ବୃଦ୍ଧି ପାଇଁ ବ୍ୟାପକ ଉତ୍ପାଦନ ଆବଶ୍ୟକତା ରହିଛି । ବାର୍ଷିକ ଯୋଜନା ଅନୁସାରେ ରବି ଚାଷ ସକାଶେ ୧୭୫୦ ହେକ୍ଟର ଆଳୁଚାଷ କରିବା ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ୨୭୩୦ ଜଣ ଚାଷୀଙ୍କୁ ଚିହ୍ନଟ କରାଯାଇ ୮୩ ଗୋଟି କ୍ଲଷ୍ଟର କରାଯାଇ ୯୯ଗୋଟି ସଚେତନତା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ତା’ ସହିତ ୮ ଗୋଟି ଉତ୍ପାଦକ କୃଷିଗୋଷ୍ଠୀ ନିୟୋଜିତ ରହି ଆଳୁଚାଷ କରଜିବା ସକାଶେ କାର୍ଯ୍ୟଖସଡା ପ୍ରସ୍ତୁତ ହୋଇଥିବା ଗୁରୁବାର ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବୈଠକରୁ ଜଣାପଡିଛି । ଅତିରିକ୍ତ ଜିଲ୍ଲାପାଳ ଡଃ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିଚ ଏହି ବୈଠକରେ ଉଦ୍ୟାନ ବିଭାଗୀୟ ଉପ ନିର୍ଦ୍ଦେଶକ ଡଃ. କନ୍ଦ ଜେନା ଜଣାଇ ଥିଲେ ଯେ, ଆଳୁର ଅଭାବ ଦୂର କରିବା ସକାଶେ ପାଗର ଅନୁକୂଳକୁ ଦୃଷ୍ଟିରେ ରଖି ଅଧିକ ଚାଷୀଙ୍କୁ ଆଗ୍ରହ ପ୍ରକାଶ ସକାଶେ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଜଣାଇଥିଲେ ଯେ, ନଦୀପଠା ବା ନଦୀକୂଳିଆ ଅଞ୍ଚଳ ଆଳୁ ଚାଷ ସକାଶେ ପ୍ରତିକୂଳ ହେବ । ତେଣୁ ସେହି ସ୍ଥାନ ଚିହ୍ନଟ କରାଯାଇ କିମ୍ବା ସରକାରୀ ଜମି ମାନଙ୍କରେ ୩ ମାସ ଚାଷ ସକାଶେ ଲିଜ୍ ଆକାରରେ ଚାଷୀଙ୍କୁ ଦିଆଯାଇ ଅଧିକ ଚାଷୀଙ୍କୁ ସଂପୃକ୍ତ କରାଗଲେ ଅଧିକ ଆଳୁଚାଷ ହେବ । ଚାଷ କାର୍ଯ୍ୟ ନହୋଇ ପଡି ରହୁଥିବା ସରାକାରୀ ଜମିକୁ ମଧ୍ୟ ଚାଷ କାର୍ଯ୍ୟ ସକାଶେ ଲିଜ୍ ଆକାରରେ ଦିଆଯାଇ ଚାଷ କାର୍ଯ୍ୟ କରା ଯାଇପାରିବ । ଏହି ଦିଗରେ ତହସିଲଦାରଗଣ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମତ ପ୍ରକାଶ ପାଇଥିଲା । ଜିଲ୍ଲାରେ ଶୀତଳ ଭଣ୍ଡାରର ଆବଶ୍ୟକତା ସକାଶେ ବଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ସରକାରୀ ସ୍ତରରେ ରହିଥିବା ଶୀତଳ ଭଣ୍ଡାର ଗୁଡିକର କ୍ଷମତା, ସ୍ଥିତି ସମ୍ପର୍କରେ ମତାମତ ଗ୍ରହଣ କରାଯାଇଥିଲା । ବେସରକାରୀ ଶୀତଳ ଭଣ୍ଡାର ଗୁଡିକର ତାଲିକା ପ୍ରସ୍ତୁତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଅବଗତ କରାଇଥିଲେ । ବୈଠକରେ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ରବି ନାରାୟଣ ପଣ୍ଡା, କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡଃ. ସୁଜିତ କେ ନାଥ, ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ ମୋନାଲିସା ହୋତା ପ୍ରମୁଖ ସଂପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.