
ଭାରତ ଟେଲିକମ୍ ୨୦୨୫ ଉଦ୍ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ; ଭାରତର ରପ୍ତାନି ସମ୍ଭାବନା ଉପରେ ଆଲୋକପାତ
- ଭାରତ ଟେଲିକମ୍ ୨୦୨୫ରେ ବିଶ୍ୱସ୍ତରୀୟ ଟେଲିକମ୍ ମହତ୍ତ୍ୱାକାଂକ୍ଷା ପ୍ରଦର୍ଶିତ
- “ଆମେ କେବଳ ଗାଁକୁ ସଂଯୋଗ କରୁନାହୁଁ; ଆମେ ଭବିଷ୍ୟତକୁ ସଂଯୋଗ କରୁଛୁ। ଆମେ ଯେଉଁ ଟାୱାର ସ୍ଥାପନ କରିଥାଉ, ପ୍ରତ୍ୟେକ ବାଇଟ୍ ଯାହା ଆମେ ପ୍ରସାରିତ କରୁ, ତାହା ୧.୪ ବିଲିୟନ ଲୋକଙ୍କୁ ସୁଯୋଗର ନିକଟତର କରେ” : ମନ୍ତ୍ରୀ ସିନ୍ଧିଆ
- “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହସିକ ଦୃଷ୍ଟିକୋଣ ଏବଂ ଅଟଳ ସଂକଳ୍ପ ଭାରତକୁ ଏକ ଡିଜିଟାଲ୍ ଅନୁଗାମୀରୁ ଏକ ବିଶ୍ୱସ୍ତରୀୟ ଡିଜିଟାଲ୍ ଲିଡରରେ ପରିଣତ କରିଛି – ଆକାଂକ୍ଷାକୁ ଭିତ୍ତିଭୂମିରେ ଏବଂ ନୀତିକୁ ପ୍ରଗତିରେ ପରିଣତ କରୁଛି” ମନ୍ତ୍ରୀ ସିନ୍ଧିଆ
- ଡକ୍ଟର ପେମାସାନି ଚନ୍ଦ୍ର ଶେଖର: “ଆଜି, ଭାରତ କେବଳ ଏକ ବଜାର କିମ୍ବା ଗ୍ରାହକ ଭାବରେ ନୁହେଁ ବରଂ ବିଶ୍ୱସ୍ତରୀୟ ଟେଲିକମ୍ ସମାଧାନର ଏକ ସ୍ରଷ୍ଟା, ଅଂଶୀଦାର ଏବଂ ବିଶ୍ୱସ୍ତ ପ୍ରଦାତା ଭାବରେ ପ୍ରସ୍ତୁତ’’
- ୩୫ରୁ ଅଧିକ ଦେଶରୁ ୧୩୦ରୁ ଅଧିକ ବିଦେଶୀ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି
- ୮୦ରୁ ଅଧିକ ପ୍ରମୁଖ ଭାରତୀୟ ଟେଲିକମ୍ ଏବଂ ଆଇସିଟି କମ୍ପାନୀ ବିଭିନ୍ନ କ୍ଷେତ୍ରରେ ଅଭିନବ ଉତ୍ପାଦ ଏବଂ ସମାଧାନ ପ୍ରଦର୍ଶନ କରିଛନ୍ତି
ନୂଆଦିଲ୍ଲୀ, (ପିଆଇବି) : “ଭାରତ ଟେଲିକମ୍ କେବଳ ଏକ ସମ୍ମିଳନୀ ନୁହେଁ – ଏହା ନବସୃଜନ, ସହଯୋଗ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ମାଧ୍ୟମରେ ବିଶ୍ୱ ସଂଯୋଗର ଭବିଷ୍ୟତକୁ ଗଢ଼ି ତୋଳିବା ପାଇଁ ଭାରତର ଉଦ୍ଦେଶ୍ୟର ଏକ ଘୋଷଣା ।” ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ବିକାଶ ଏବଂ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ଆଜି ନୂଆଦିଲ୍ଲୀରେ ଭାରତ ଟେଲିକମ୍ ୨୦୨୫ ଉଦ୍ଘାଟନ କରି ଏହା କହିଛନ୍ତି । ସେ କହିଛନ୍ତି, “ଯେତେବେଳେ ବିଚାର, ନବସୃଜନ ଏବଂ ଇଚ୍ଛାଶକ୍ତି ମଧ୍ୟରେ ସମନ୍ୱୟ ସ୍ଥାପିତ ହୁଏ, ସେତେବେଳେ ଏହା ଏକ କୋଳାହଳ ନୁହେଁ, ବରଂ ଏକ ମଧୁର ତାଳମେଳ ସୃଷ୍ଟି କରିଥାଏ । ଭାରତ ଟେଲିକମ୍ ହେଉଛି ବିଶ୍ୱ ସହଯୋଗ ଏବଂ ସୁଯୋଗର ଏକ ମଜବୁତ ଆଧାର ।’’ ଟେଲିକମ୍ ଉପକରଣ ଏବଂ ସେବା ରପ୍ତାନି ପ୍ରୋତ୍ସାହନ ପରିଷଦ (ଟିଇପିସି) ଦ୍ୱାରା, ଟେଲିକମ୍ ବିଭାଗ (ଡିଓଟି) ସହଯୋଗରେ ଆୟୋଜିତ, ଭାରତ ଟେଲିକମ୍ ୨୦୨୫ ଭାରତର ଟେଲିକମ୍ ଉତ୍ପାଦନ, ସେବା ଏବଂ ରପ୍ତାନି ପାଇଁ ଏକ ବିଶ୍ୱବ୍ୟାପୀ କେନ୍ଦ୍ର ହେବା ଦୃଷ୍ଟିକୋଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପେମାସାନି ଚନ୍ଦ୍ର ଶେଖରଙ୍କ ଉପସ୍ଥିତିରେ ଶିଳ୍ପ ନେତା, ବିଦେଶୀ ପ୍ରତିନିଧି ଏବଂ ଟେଲିକମ୍ ମୂଲ୍ୟ ଶୃଙ୍ଖଳାର ଉଦ୍ଭାବକମାନଙ୍କ ସହିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଦୁଇ ଦିନିଆ ଭାରତ ଟେଲିକମ୍ ୨୦୨୫ କାର୍ଯ୍ୟକ୍ରମ, ଅଂଶୀଦାରମାନଙ୍କ ପାଇଁ ଏକ ଇଣ୍ଟରାକ୍ଟିଭ୍ ପ୍ଲାଟଫର୍ମ ପ୍ରଦାନ କରିବା ସହିତ, ଏକ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବ୍ୟବସାୟ ପ୍ରଦର୍ଶନୀ ମଧ୍ୟ ଉପସ୍ଥାପିତ କରୁଛି । ତାଙ୍କ ଉଦ୍ଘାଟନୀ ଭାଷଣରେ, ମନ୍ତ୍ରୀ ସିନ୍ଧିଆ ପ୍ରଗତିଶୀଳ ସଂସ୍କାର ଏବଂ ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ ଦ୍ୱାରା ସମର୍ଥିତ ଏକ ଟେଲିକମ୍ ରପ୍ତାନିକାରୀ ଏବଂ ନବସୃଜନର କେନ୍ଦ୍ର ଭାବରେ ଭାରତର ବର୍ଦ୍ଧିତ ଭୂମିକା ଉପରେ ଆହୁରି ଆଲୋକପାତ କଲେ । “ଆମେ କେବଳ ଗାଁଗୁଡ଼ିକୁ ସଂଯୋଗ କରୁନାହୁଁ; ଆମେ ଭବିଷ୍ୟତକୁ ସଂଯୋଗ କରୁଛୁ । ଆମେ ସ୍ଥାପନ କରିଥିବା ପ୍ରତ୍ୟେକ ଟାୱାର, ପ୍ରତ୍ୟେକ ବାଇଟ୍ ସହାୟତାରେ ଆମେ, ୧.୪ ବିଲିୟନ ଲୋକଙ୍କୁ ସୁଯୋଗର ନିକଟତର କରିଥାଉ”, ବୋଲି କହି ମନ୍ତ୍ରୀ ସିନ୍ଧିଆ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ସେ ଆଲୋକପାତ କରିଥିଲେ, “ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହସିକ ଦୃଷ୍ଟିକୋଣ ଏବଂ ଅଟଳ ସଂକଳ୍ପ ଯାହା ଭାରତକୁ ଏକ ଡିଜିଟାଲ୍ ଅନୁଗାମୀରୁ ଏକ ବିଶ୍ୱ ଡିଜିଟାଲ୍ ନେତାରେ ପରିଣତ କରିଛି – ଆକାଂକ୍ଷାକୁ ଭିତ୍ତିଭୂମିରେ ଏବଂ ନୀତିକୁ ପ୍ରଗତିରେ ପରିଣତ କରିଛି ।” ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ଆଲୋକପାତ କରିଥିଲେ “ମାତ୍ର ୨୨ ମାସରେ, ଆମେ ଆମର ୯୯% ଗ୍ରାମକୁ ୫ଜି ସହିତ ସଂଯୋଗ କରିଛୁ ଏବଂ ଆମର ଜନସଂଖ୍ୟାର ୮୨%କୁ ନେଟୱାର୍କରେ ସାମିଲ୍ କରିଛୁ, ୪୭୦,୦୦୦ ଟାୱାର ସ୍ଥାପନ କରିଛୁ – ଏହା ବିକାଶ ନୁହେଁ; ଏହା ଏକ ଟେଲିକମ୍ ବିପ୍ଳବ ।” ସେ ଦର୍ଶାଇଛନ୍ତି, “ଆମେ ସାରା ଭାରତରେ ନିର୍ମାଣ କରିଥିବା ଏହି ଡିଜିଟାଲ୍ ରାଜପଥ କେବଳ ଯୋଗାଯୋଗ ବିଷୟରେ ନୁହେଁ – ଏହା ଭିତ୍ତିଭୂମିର ଭିତ୍ତିଭୂମି, ଯାହା ୧.୪ ବିଲିୟନ ନାଗରିକଙ୍କୁ ସ୍ୱାସ୍ଥ୍ୟସେବା, ଶିକ୍ଷା, ଶାସନ ଏବଂ ଆର୍ଥିକ ସୁଯୋଗ ପ୍ରଦାନ କରି ସଶକ୍ତ କରିଥାଏ ।”
ମନ୍ତ୍ରୀ ଏକ ବିଶ୍ୱ ଡିଜିଟାଲ୍ ପାୱାରହାଉସ୍ ଭାବରେ ଭାରତର ଅସାଧାରଣ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ, ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱକୁ ଶ୍ରେୟ ଦେଇଥିଲେ । ସେ ଦର୍ଶାଇଥିଲେ ଯେ ଭାରତ କେବଳ ୪ଜି ଏବଂ ୫ଜି ଭଳି କ୍ଷେତ୍ରରେ ବିଶ୍ୱ ସହିତ ତାଳ ଦେଇନାହିଁ, ବରଂ ବର୍ତ୍ତମାନ ଏହାର ନେତୃତ୍ୱ ନେଉଛି, ବ୍ୟାପକ ସଂସ୍କାର ଏବଂ ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ ଦେଶର ପଥକୁ ଆକାର ଦେଉଛି । ଶ୍ରୀ ସିନ୍ଧିଆ ଭାରତର ଟେଲିକମ୍ କ୍ଷେତ୍ରର ଭୂମିକାକୁ ଏକ ପରିବର୍ତ୍ତନକାରୀ ଶକ୍ତି ଭାବରେ ରେଖାଙ୍କିତ କରିଥିଲେ ଏବଂ ୧୯୯୦ ଦଶକର ମହଙ୍ଗା, ସୀମିତ ମୋବାଇଲ୍ ପ୍ରବେଶରୁ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଟେଲିକମ୍ ବଜାର ଏବଂ ଶସ୍ତା ଡାଟା ପ୍ରଦାନକାରୀ ହେବା ପର୍ଯ୍ୟନ୍ତ ଦେଶର ବିବର୍ତ୍ତନକୁ ବର୍ଣ୍ଣନା କରିଥିଲେ । ଅଧିବେଶନରେ ଭାଷଣ ଦେଇ ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପେମାସାନି ଚନ୍ଦ୍ରଶେଖର କହିଛନ୍ତି, “ଏକ ରାଷ୍ଟ୍ରର ଯାତ୍ରାରେ ଏପରି ମୁହୂର୍ତ୍ତ ଆସେ ଯେତେବେଳେ ଏହା କେବଳ ବିଶ୍ୱସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରେ ନାହିଁ ବରଂ ସେମାନଙ୍କର ପଥ ପରିଭାଷିତ କରେ । ଆଜି, ଭାରତ କେବଳ ଏକ ବଜାର କିମ୍ବା ଗ୍ରାହକ ଭାବରେ ନୁହେଁ ବରଂ ବିଶ୍ୱସ୍ତରୀୟ ଟେଲିକମ୍ ସମାଧାନର ଏକ ସୃଷ୍ଟିକର୍ତ୍ତା, ଅଂଶୀଦାର ଏବଂ ବିଶ୍ୱସ୍ତ ପ୍ରଦାନକାରୀ ଭାବରେ ପ୍ରସ୍ତୁତ ଅଛି । ଏହା ବର୍ତ୍ତମାନ ଭାରତ ପାଇଁ ନିର୍ମିତରୁ ଭାରତରେ ନିର୍ମିତ ହୋଇଛି ।” ଡକ୍ଟର ପେମାସାନି ଚନ୍ଦ୍ର ଶେଖର ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ବିଶ୍ୱ ଟେଲିକମ୍ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି, ଗ୍ରାହକରୁ ପ୍ରଯୁକ୍ତିର ନିର୍ମାତାରେ ପରିଣତ ହେଉଛି । ସେ ଆଲୋକପାତ କରିଥିଲେ ଯେ ଏହି ପ୍ରଗତି ଏକ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବା ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପ ଦ୍ୱାରା ପରିଚାଳିତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଗୁଆ ଚିନ୍ତାଧାରା ଥିବା ସରକାରୀ ନୀତି ଦ୍ୱାରା ସମର୍ଥିତ । ଉତ୍ପାଦନ-ସଂଯୋଜିତ ପ୍ରୋତ୍ସାହନ ଯୋଜନା, ପ୍ରଗତିଶୀଳ ସ୍ପେକ୍ଟ୍ରମ୍ ପରିଚାଳନା ଏବଂ ଟେଲିକମ୍ ପ୍ରଯୁକ୍ତି ବିକାଶ ପାଣ୍ଠି ଭଳି ପଦକ୍ଷେପଗୁଡ଼ିକୁ ଉଲ୍ଲେଖ କରି, ସେ ଘରୋଇ ଉତ୍ପାଦନ, ରପ୍ତାନି ଏବଂ ନବସୃଜନରେ ଭାରତର ବିକାଶ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଭାରତ ବର୍ତ୍ତମାନ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ଯେଉଁଥିରେ ବିଶ୍ୱର ୧୫% ଆଇଫୋନ୍ ଉତ୍ପାଦନ ଅନ୍ତର୍ଭୁକ୍ତ । ସେ ଡିଜିଟାଲ୍ ସାର୍ବଭୌମତ୍ୱକୁ ସୁଦୃଢ଼ କରିବା ପାଇଁ ୬ଜି ନେତୃତ୍ୱ, ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ବିସ୍ତାର ଏବଂ କ୍ୱାଣ୍ଟମ୍ ଯୋଗାଯୋଗ ନେଟୱାର୍କ ଉପରେ ଦେଶର ଭବିଷ୍ୟତ ଧ୍ୟାନକୁ ରୂପରେଖ ଦେଇଛି ବୋଲି ପରିଶେଷରେ କହିଥିଲେ । ଟିଇପିସିର ଅଧ୍ୟକ୍ଷ ଅର୍ଣ୍ଣବ ରାୟ ତାଙ୍କ ସ୍ୱାଗତ ଭାଷଣରେ କହିଥିଲେ, “ଭାରତ ଟେଲିକମ୍ ଭାରତର ସ୍ୱଦେଶୀ ଟେଲିକମ୍ ଇକୋସିଷ୍ଟମର ପରିବର୍ତ୍ତନକାରୀ ଶକ୍ତିକୁ ପ୍ରଦର୍ଶନ କରେ, ବିଶ୍ୱ ଟେଲିକମ୍ ଶିଳ୍ପରେ ଆମର ଅତୁଳନୀୟ ଅଭିବୃଦ୍ଧି ଏବଂ ନବସୃଜନକୁ ଉଜ୍ଜ୍ୱଳ କରିଥାଏ ।” ସେ ଭାରତ ସରକାରଙ୍କ ରଣନୈତିକ ନୀତିଗୁଡ଼ିକୁ ସ୍ୱୀକାର କରିଥିଲେ ଯାହା ଟେଲିକମ୍ କ୍ଷେତ୍ରରେ ନବସୃଜନ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିଛି ଏବଂ ଭାରତ ଟେଲିକମ୍ ପ୍ରଦର୍ଶନୀ ୨୦୨୫ରେ ନବସୃଜନ ଅନୁସନ୍ଧାନ କରିବାକୁ ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରିଥିଲେ । ଟେଲିକମ୍ ଉପକରଣ, ଆଇସିଟି ସେବା ଏବଂ ପରବର୍ତ୍ତୀ ପିଢ଼ିର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାରେ ଦେଶର ବର୍ଦ୍ଧିତ କ୍ଷମତାକୁ ଉଜ୍ଜ୍ୱଳ କରି ଏକ ନିର୍ଭରଯୋଗ୍ୟ ଏବଂ ବିଶ୍ୱସ୍ତ ଟେଲିକମ୍ ଉତ୍ପାଦ ଉତ୍ପାଦନ ଏବଂ ରପ୍ତାନି ଗନ୍ତବ୍ୟସ୍ଥଳ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଭାରତ ଟେଲିକମ୍ ୨୦୨୫ର ପରିକଳ୍ପନା କରାଯାଇଛି । ୮୦ରୁ ଅଧିକ ଅଗ୍ରଣୀ ଭାରତୀୟ ଟେଲିକମ୍ ଏବଂ ଆଇସିଟି କମ୍ପାନୀ ବିଭିନ୍ନ କ୍ଷେତ୍ରରେ ନବସୃଜନଶୀଳ ଉତ୍ପାଦ ଏବଂ ସମାଧାନ ପ୍ରଦର୍ଶନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉତ୍ସାହଜନକ ଆନ୍ତର୍ଜାତୀୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଯେଉଁଥିରେ ୩୫ରୁ ଅଧିକ ଦେଶରୁ ୧୩୦ ରୁ ଅଧିକ ବିଦେଶୀ ପ୍ରତିନିଧି ସରକାରୀ ସଂସ୍ଥା, ଘରୋଇ ଉଦ୍ୟୋଗ ଇତ୍ୟାଦିଙ୍କ ପ୍ରତିନିଧିତ୍ୱ କରିଥିଲେ । ଏଥିରେ ୫ଜି, ଅପ୍ଟିକାଲ୍ ଫାଇବର, ବ୍ରଡବ୍ୟାଣ୍ଡ ଭିତ୍ତିଭୂମି, ସାଟେଲାଇଟ୍ ଯୋଗାଯୋଗ, ଆଇଓଟି, ଏଆଇ-ଚାଳିତ ନେଟୱାର୍କ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ ଦେଇ ବିଷୟବସ୍ତୁ ପ୍ରଦର୍ଶନୀ, ସମ୍ମିଳନୀ ଅଧିବେଶନ, ଉଚ୍ଚ-ପ୍ରଭାବଶାଳୀ ବି୨ବି ବୈଠକ, ରଣନୈତିକ ନେଟୱାର୍କିଂ ଅଧିବେଶନ ଏବଂ ଜ୍ଞାନ-ଆଦାନପ୍ରଦାନ ଫୋରମ୍ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।
ଟିଇପିସି ବିଷୟରେ :
ଭାରତ ସରକାରଙ୍କ ବୈଦେଶିକ ବାଣିଜ୍ୟ ନୀତି ଅଧୀନରେ ୨୦୦୯ ମସିହାରେ ପ୍ରତିଷ୍ଠିତ, ଟେଲିକମ୍ ଉପକରଣ ଏବଂ ସେବା ରପ୍ତାନିକୁ ପ୍ରୋତ୍ସାହିତ ଏବଂ ସହଜ କରିବାରେ ଟେଲିକମ୍ ଉପକରଣ ଏବଂ ସେବାର ରପ୍ତାନିକୁ ସହାୟକ କରିବାରେ ଏହାର କାର୍ଯ୍ୟାଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହାର କାର୍ଯ୍ୟାଦେଶ ସମଗ୍ର ଟେଲିକମ୍ ଇକୋସିଷ୍ଟମକୁ ବ୍ୟାପିଥାଏ, ଯେଉଁଥିରେ ଆଇସିଟି ହାର୍ଡୱେର୍ ଏବଂ ସଫ୍ଟୱେର୍, ଭିତ୍ତିଭୂମି ଉତ୍ପାଦ, ସିଷ୍ଟମ୍ ଏକୀକରଣ, ପରାମର୍ଶ ଏବଂ ସେବା ଯୋଗାଣ ଅନ୍ତର୍ଭୁକ୍ତ । ଟିଇପିସି ଉପକରଣ ନିର୍ମାତା, ସିଷ୍ଟମ୍ ଏକୀକରଣକାରୀ, ସେବା ପ୍ରଦାନକାରୀ ଏବଂ ଟେଲିକମ୍ କ୍ଷେତ୍ର ମଧ୍ୟରେ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ ସଂସ୍ଥା ଭଳି ବିବିଧ ଅଂଶୀଦାରମାନଙ୍କ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ ।