oom

ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଳା ଡିଗ୍ରୀ କଲେଜ ଜମଳାଠାରେ ‘ଓଡିଶାର ଲୋକକଳା : ପଶ୍ଚିମ ଓଡ଼ିଶାର ଗଣ୍ଡାବଜା’ ସନ୍ଦର୍ଭ ଉପରେ ଏକ ଦିବସୀୟ ଜାତୀୟ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ସାଂସଦ ସୁରେଶ ପୂଜାରୀ, ସମ୍ମାନୀତ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ପରିଚାଳନା ସମିତିର କୃଷ୍ଣଚନ୍ଦ୍ର ଭୋଇ, ଅଧ୍ୟକ୍ଷ ସ୍ୱାଧୀନ ଚନ୍ଦ୍ର ପ୍ରଧାନ, ସୁରେଶ୍ୱର ଶତପଥି ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ପ୍ରଥମ ଅଧିବେଶନରେ ସଭା ମୁଖ୍ୟ ପ୍ରଫେସର ବାବ୍ରୁ ମୋହନ ମହାପାତ୍ର ଥିବା ବେଳେ ଡ. ଗୋପୀନାଥ ବାଗ ଓ ଡ. ନାକୁ ହାଁସଦା ଆଲୋଚକ ଭାବରେ ଯୋଗ ଦେଇଥିଲେ । ଡ. ସ୍ୱାଧୀନ ଚନ୍ଦ୍ର ପଧାନ, ଅନନ୍ତ ମେହେର ଓ ଡୋଲାମଣୀ ମାଝୀ ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥିଲେ । ସେହିପରି ଭୋଜନ ବିରତି ପରେ ସମ୍ପାନର ଦ୍ଵିତୀୟ ଅଧିବେଶନରେ ସଭା ମୁଖ୍ୟ ପ୍ରଫେସର କେଶରଞ୍ଜନ ପ୍ରଧାନ, ଆଲୋଚକ ଭାବରେ ନାଟ୍ୟକାର ରାଜକୁମାର ସାହୁ ଓ ନାଟ୍ୟକାର ଅଶୋକ ବହିଦାର ଯୋଗ ଦେଇଥିଲେ । ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ଓ ପ୍ରଫୁଲ୍ଲ ପଧାନ ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥିଲେ । ପରେ ସମସ୍ତଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । କଲେଜରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ ହୋଇଥିଲା । ଗଣ୍ଡାବଜାରେ ଗବେଷଣାରତ ରମେଶ ଗୁର୍ଲ୍ଲା ଓ ଗୋପବନ୍ଧୁ ଶିକା, ବୃନ୍ଦାବତୀ କଲେଜର ଅଧ୍ୟାପିକା ସସ୍ମିତା ସାହୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଦାନନ୍ଦ ସେଠ, ଆଶିଷ କୁମାର ଭୋଇ, ପ୍ରଶାନ୍ତ ପଧାନ, ଭୋଜରାଜ ପଧାନ, ପ୍ରେରଣା ଭୋଇ, ପ୍ରିୟଙ୍କା ବେହେରା, ରଞ୍ଜନ ସାଗର, ସୁମନ୍ତ ବାଜପେୟୀ, ବିଶ୍ୱ ପ୍ରକାଶ ମିଶ୍ର, ସୁରେଖା ଭୋଇ, ପୋଲସ୍ତ୍ୟ ସାହା ଓ ଅଭିଳାଷ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରେ ସ୍ୱଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅତିଥିଗଣ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.