oom

ଆଦର୍ଶ ପାଠାଗାରର ଆଲୋଚନାଚକ୍ର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ତଥା ପୁରାତନ ସାହିତ୍ୟନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ସ୍ୱାଧୀନତା ଦିବସ ଉପଲକ୍ଷେ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ବ ସାଧାରଣ ସଂପାଦକ ସୁକାନ୍ତ କୁମାର ଖୁଣ୍ଟିଆଙ୍କ ଆବାହକତ୍ୱ ତଥା ଅଙ୍ଗୁରବାଳା ପରିଡା ଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ସ୍ତମ୍ଭକାର ଭୁପେନ ମହାପାତ୍ର ମୁଖ୍ୟ ଅତିଥି ଓ ପ୍ରଫେସର ଡଃ ସନାତନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ମୁଁ କେତେ ଭାରତୀୟ’ ସଂପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ସଂପ୍ରତି ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆମେ ଦେଶମାତୃକା ପାଇଁ କେତେ ପ୍ରତିଶୃତିବଦ୍ଧ ତାହା ଆତ୍ମସମୀକ୍ଷା କରିବା ଦରକାର । ଦ୍ଵିତୀୟ ପର୍ଯ୍ୟାୟରେ ନିରୁପମା ପତିଙ୍କ ସଂଯୋଜନାରେ ଦେଶାତ୍ମବୋଧ କବିତା ପାଠୋତ୍ସବରେ ଅତିଥି ଭାବେ ଡଃ ଜୟନ୍ତୀ ପାଢୀ ଓ ସସ୍ମିତା ପ୍ରଧାନ ମଞ୍ଚାସୀନ ଥିଲେ । କବି ବଳରାମ ରାଉଳ, ବ୍ରଜବିହାରୀ ଦାଶ, ବ୍ରଜେନ୍ଦ୍ର ଦାଶ, ଡା କୃପାସିନ୍ଧୁ ନାୟକ, ଗୌତମ ଦାସ, ଗଙ୍ଗାଧର ପୁହାଣ, ଅଙ୍ଗୁରବାଳା ପରିଡା, ଶିପ୍ରା ମହାନ୍ତି, ଗୀତାରାଣୀ ବେହେରା, ବସନ୍ତ ବିଶ୍ୱକର୍ମା, ମୀନକେତନ ପଶାୟତ, ଅତୁଲ୍ୟ ମହାକୁଡ, ଡଃ ଜୟନ୍ତୀ ପାଢୀ ଓ ନିରୁପମା ପତି ପ୍ରମୁଖ କବିତା ପାଠ କରିଥିବା ବେଳେ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ସେହିପରି ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥୀ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଡଃ ବସନ୍ତ ଦାସ, ଅଶୋକ ବଳ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଅଟମ ରଥ, ଅମରେନ୍ଦ୍ର ପାଢୀ, ବିଜୟ ପାତ୍ର, ପ୍ରଦୀପ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ସନ୍ତୋଷ ରଥ, ଟୁକୁଲା ପାଢୀ, କୁମାର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.