ମାହେଶ୍ୱରୀ ସଂଗଠନର ଆଲୋଚନାଚକ୍ର ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ମାହେଶ୍ୱରୀ ସଂଗଠନ ଆଗଲପୁର ଶାଖା ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଗଠନମୂଳକ ଭିନ୍ନ ଏକ ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ଆୟୋଜିତ କରିଥିଲେ ଯାହାର ଶୀର୍ଷକ “ଆଗାମୀ ଦିନରେ ଆଗଲପୁର ଏନ୍ଏସିନା ପଞ୍ଚାୟତ” ରହିଥିଲା । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ବକ୍ତା ଭାବେ ଯୋଗଦେଇଥିଲେ । ଅନ୍ୟାନ୍ୟ ବକ୍ତାମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଆଗଲପୁର ବ୍ଲକ କଂଗ୍ରେସ ସଭାପତି ତଥା ପୂର୍ବତନ ଉପାଧ୍ୟକ୍ଷ ମନମୋହନ ପଟେଲ, ମାହେଶ୍ୱରୀ ସଂଗଠନ ଆଗଲପୁର ଶାଖାର ଉପଦେଷ୍ଟା ସମିର ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଆଗଲପୁର ସମେତ ଆଖପାଖ ଗ୍ରାମର ଶତାଧିକ ଜନତା ଉପସ୍ଥିତ ରହି ଆଲୋଚନାରେ ବକ୍ତାମାନଙ୍କୁ ଶୁଣିବା ସହ ନିଜ ନିଜର ପ୍ରଶ୍ନ ବକ୍ତାଙ୍କ ସମ୍ମୁଖରେ ରଖିଥିଲେ । ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖା, ସମ୍ପୁର୍ଣ୍ଣ ସାମାଜିକ ସଂଗଠନ ତଥା ବଜରଙ୍ଗ ଦଳର ଅନେକ ସଦସ୍ୟ ଉପସ୍ଥିତ ରହି ପୂର୍ଣ୍ଣ ସମର୍ଥନ କରିଥିଲେ । କାର୍ଯ୍ୟକ୍ରମରେ ମାହେଶ୍ୱରୀ ସଂଗଠନ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ ସଭାପତିତ୍ବ ତଥା ସଂଯୋଜନା କରିଥିଲେ ଏବଂ ଆଗଲପୁର ଶାଖା ସଭାପତି ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ବକ୍ତା ଆଗଲପୁର ଏନ୍.ଏ.ସି. ହେବା ସପକ୍ଷରେ ମତବ୍ୟକ୍ତ କରିବା ସହ ଏନ୍.ଏ.ସି. ପାଇଁ ଆବଶ୍ୟକ ସଂଖ୍ୟକ ଜନସଂଖ୍ୟା ସହ ଅନ୍ୟ ସମସ୍ତ ଭିତ୍ତିଭୂମି ରହିଥିବା ଏବଂ ପଞ୍ଚାୟତ ତଥା ଏନ୍.ଏ.ସି. ଉଭୟର ଉତ୍କର୍ଷତା ତଥା ଅସୁବିଧା ଉଭୟ ଦିଗ ବିଷୟରେ ସୁଚିନ୍ତିତ ମତାମତ ରଖିଥିଲେ । ମାହେଶ୍ୱରୀ ଆଗଲପୁର ଶାଖାର ସଦସ୍ୟମାନଙ୍କ ଅଞ୍ଚଳର ବିକାଶ ଦିଗରେ ଏହି ଆଲୋଚନାଚକ୍ର ମାଧ୍ୟମରେ ଏଭଳି ପ୍ରୟାସ ଅଞ୍ଚଳରେ ପ୍ରଥମ ତଥା ଉଚ୍ଚ ପ୍ରଶଂସିତ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଏହି ବିତର୍କରେ ଆଗଲପୁର ମାହେଶ୍ଵରୀ ଶାଖା ସଂଯୋଜକ ସନ୍ୟାସୀ ମେହେର, ସଙ୍ଗଠନର ସଭାପତି ଶୋଭନ କୁମାର ଅଗ୍ରୱାଲ, ସାମାଜିକ ଗଣମାଧ୍ୟମ ସଂଯୋଜକ ଶିବପ୍ରସାଦ ମିଶ୍ର, ସଦସ୍ୟ ଦେବାଶିଷ ପାଣ୍ଡିଆ, ଯତୀନ୍ଦ୍ର ସାହୁ ଏବଂ ଆଗଲପୁର ଶାଖା ସାମାଜିକ ଗଣମାଧ୍ୟମ ସଂଯୋଜକ ବିମଳ ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.